ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କ୍ରାଶ୍ ପରେ ଜଳିଗଲା କାର୍ଗୋ ବିମାନ। ୟୁକ୍ରେନର ଲୋୟର କ୍ୟାରିୟର ବେଷ୍ଟ କାର୍ଗୋ ବିମାନ ଉତ୍ତର ଗ୍ରୀସ୍ ଅନ୍ତର୍ଗତ ପାଲିଓକୋରି କାଭାଲା ନଗରୀ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହାପରେ ଏଥିରେ ବ୍ୟାପକ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିବା ଅଗ୍ନିଶମ ବାହିନୀ କହିଛି। ‘ଇଆର୍ଟି’ ରିପୋର୍ଟ ମୁତାବକ, ଏକ ୟୁକ୍ରେନୀୟ କମ୍ପାନି ମାଲିକାନାରେ ଥିବା ଉକ୍ତ ‘ଆଣ୍ଟୋନୋଭ୍ ଏଏନ୍-୧୨’ ବିମାନ ସର୍ବିଆରୁ ଜୋର୍ଡାନ୍ ଯାଉଥିଲା। ଇଞ୍ଜିନ୍ରେ ସମସ୍ୟା ଦେଖା ଦେବାରୁ ଜରୁରୀକାଳୀନ ଅବତରଣ ନିମନ୍ତେ ପାଇଲଟ୍ ଅନୁରୋଧ କରିଥିଲେ, କିନ୍ତୁ ସେତେବେଳେ ବିମାନଟିର ‘ସିଗ୍ନାଲ୍’ ଆସୁ ନ ଥିଲା। ଯେଉଁ ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଛି ସେଥିରେ ଜଳନ୍ତା ବିମାନଟିଏ ଦ୍ରୁତ ଗତିରେ ତଳକୁ ଖସୁଥିବା ଦେଖିବାକୁ ମିଳିଛି। ବିସ୍ଫୋରଣ ଯୋଗୁଁ ସେଥିରେ ନିଆଁ ଲାଗିଯାଇଥିବା ପରି ମନେହେଉଛି। ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ, ବିମାନରେ ୮ଜଣ ଲୋକ ଥିଲେ। ସେଥିରେ କୌଣସି ‘ବିସ୍ଫୋରକ ସାମଗ୍ରୀ’ ଯାଉଥିବା ସନ୍ଦେହ କରାଯାଉଛି।






More Stories
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ମୋଦି…..
ବସ୍ ଦୁର୍ଘଟଣାଗ୍ରସ୍ତ: ୨୭ ମୃତ…..
ମମତା ବାନାର୍ଜୀଙ୍କ ବିରୋଧରେ ମାମଲା ରୁଜୁ…..