ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହେଲିକପ୍ଟର ଦୁର୍ଘଟଣାରେ ୟୁକ୍ରେନ ଗୃହମନ୍ତ୍ରୀଙ୍କ ସମେତ ୧୬ଜଣଙ୍କ ମୃତ୍ୟୁ ଘଟିଛି । ୟୁକ୍ରେନର ରାଜଧାନୀ କିବ୍ ବାହାରେ ଥିବା ଏକ କିଣ୍ଡରଗାର୍ଡେନ ନିକଟରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ମିଳିଥିବା ସୂଚନା ଅନୁସାରେ- ଘଟଣାଟି ବ୍ରୋବେରୀରେ ଥିବା କିଣ୍ଡରଗାର୍ଡେନ ନିକଟରେ ଘଟିଛି। ସମୁଦାୟ ୧୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରେ ଗୃହମନ୍ତ୍ରୀ ଡେନିସ ମୋନାଷ୍ଟିରସ୍କିଙ୍କ ସହ କିଣ୍ଡରଗାର୍ଡେନର ୨ଶିଶୁ ଓ କିଛି କର୍ମଚାରୀ ରହିଛନ୍ତି। ହେଲିକପ୍ଟରଟି କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା ତାହା ସ୍ପଷ୍ଟ ହୋଇନାହିଁ।






More Stories
କରୋନା ଟୀକା ମୃତ୍ୟୁ:ପ୍ରସ୍ତୁତ ହେବ କ୍ଷତିପୂରଣ ନୀତି…..
ଏଲପିଜି ସିଲିଣ୍ଡର ଯୋଗାଣ ଠପ୍….
ପାର୍ଲାମେଣ୍ଟ ନିର୍ବାଚନ ୨ବର୍ଷ ସ୍ଥଗିତ…..