ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ଭାରତୀୟ ବଂଶୋଦ୍ଭବ ବାରିଷ୍ଟର୍ ସୁଏଲା ବ୍ରେଭର୍ମ୍ୟାନ୍ଙ୍କୁ ଗୃହ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ତାଙ୍କ ପୂର୍ବରୁ ପ୍ରୀତି ପଟେଲ୍ ନାମ୍ନୀ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ଏହି ପଦବୀରେ ଥିଲେ। ଏବେ ପ୍ରୀତି ପଟେଲ୍ଙ୍କ ଉତ୍ତରାଧିକାରୀ ଭାବେ ସୁଏଲା ବ୍ରେଭର୍ମ୍ୟାନ୍ ନିଯୁକ୍ତ କରାଯାଇଛି। ୪୨ ବର୍ଷୀୟ ବ୍ରେଭର୍ମ୍ୟାନ୍ କଞ୍ଜରଭେଟିଭ ପାର୍ଟିର ଦକ୍ଷିଣ ପୂର୍ବ ଇଂଲଣ୍ଡର ଫେର୍ହମ୍ ଏମପି ଅଛନ୍ତି। ବୋରିସ୍ ଜନସନ୍ଙ୍କ ପ୍ରଧାନମନ୍ତ୍ରୀ ଥିବା ବେଳେ ସୁଏଲା ବ୍ରେଭର୍ମ୍ୟାନ୍ ଆଟୋର୍ଣ୍ଣି ଜେନେରାଲ ଭାବେ ଦାୟିତ୍ୱ ସମ୍ଭାଳିଥିଲେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..