ରିପୋର୍ଟ କାର୍ଡ / କଟକ
ଫିଲ୍ମ ଷ୍ଟାଇଲରେ ପୋଲିସ କୁ ଧୂଳି ଦେଇ ମହିଳା ବେଶରେ ମେଡ଼ିକାଲରୁ ଛୁ ମାରିଲା ବିଚାରାଧୀନ ବନ୍ଦୀ। ଏପରି ଘଟଣା ଘଟିଛି କଟକ ବଡ଼ ମେଡିକାଲରେ।ବିଚାରାଧୀନ ବନ୍ଦୀ ଜଣକ ହେଲେ ସାଜନ ଦାସ। ସାଜନର ଘର ଜଗତସିଂହପୁର ନାଉଗାଁ ଥାନା ଅଞ୍ଚଳରେ। ଏକ ଡକାୟତି ମାମଲାରେ ସାଜନକୁ ନାଉଗାଁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ପରେ ସାଜନକୁ ଆଳି ପିଙ୍ଗଳ ଉପକାରଗାରରେ ରଖାଯାଇଥିଲା। ତାର ଦେହ ସବୁବେଳେ ଅସୁସ୍ଥ ହେବାରୁ ତାକୁ କିଛି ଦିନ ହେବ ଚୌଦ୍ୱାର ଜେଲରେ ରଖାଯାଇଥିଲା। ଗତ ୨୯ ତାରିଖରୁ ସାଜନକୁ ଏସସିବିରେ ଭର୍ତ୍ତି କରାଯାଇଥିଲା। ୩ଜଣ ପୋଲିସ କର୍ମଚାରୀମାନେ ମେଡିକାଲରେ ସାଜନକୁ ଜଗି ରହିଥିଲେ। ଗତକାଲି ପୋଲିସକୁ ଶୌଚ ହେବା ପାଇଁ ଯିବାକୁ କହିଥିଲା ସାଜନ। ପରେ ସେ ଆଉ ଫେରି ନଥିଲା। ସାଜନ ବାଥରୁମ୍ରୁ ଫେରିବା ବିଳମ୍ବ ହେବାରୁ ପୋଲିସ କର୍ମଚାରୀମାନେ ଖୋଜାଖୋଜି କରିଥିଲେ। ହେଲେ ସାଜନକୁ ପାଇନଥିଲେ। ପରେ ମେଡିକାଲରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା ପୋଲିସ। ସାଜନ ଶାଢ଼ି ପିନ୍ଧି ଖସିଯାଇଥିବା ଜଣାପଡ଼ିଥିଲା। ପୋଲିସ ସାଜନକୁ ଚାରିଆଡେ ଖୋଜାଖୋଜି କରୁଛି। ଏନେଇ ମଙ୍ଗଳବାଗ ଥାନାରେ ମାମଲା ରୁଜୁ କରାଯାଇଛି।
More Stories
ଆମ ପାଖରେ ପଇସା ନାହିଁ,ଲହୁ ଲୁହ ଦେଇ କଂଗ୍ରେସକୁ ତିଆରି କରିବୁ…..
ଓଡ଼ିଆ ଭାଷାର ଅସ୍ମିତା ଅକ୍ଷୁର୍ଣ୍ଣ ରଖି ବିଶ୍ୱ ଦରବାରରେ ଏହାକୁ ପ୍ରତିଷ୍ଠିତ କରିବା ସଙ୍କଳ୍ପକୁ ଆହୁରି ଦୃଢ଼ କରିବା…..
ଆସନ୍ତାକାଲିଠୁ ସୁଭଦ୍ରା ଶକ୍ତି ମେଳା…..