Report Card Odisha

| Daily Odia News

ଓଡ଼ିଶାର କୁ ଜାତିସଂଘର ପ୍ରଶଂସା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ପାଇଁ ଆସିଛି ପୁଣି ଏକ ଖୁସି ଖବର । ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରଣାଳୀକୁ ମିଳିତ ଜାତିସଂଘ ଉଚ୍ଚ ପ୍ରଶଂସା କରିଛି । ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଫଳରେ ବହୁ ଧନଜୀବନ ସୁରକ୍ଷିତ ହୋଇ ପାରିଥିଲା । ଏଥିପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ସଫଳତାର ସହିତ କାର୍ଯ୍ୟ କରିଥିଲେ । ଓଡ଼ିଶାର ଏହି କାର୍ଯ୍ୟକୁ ଜାତିସଂଘ ଉଚ୍ଚ ପ୍ରଶଂସା କରିଛି । ରାଜ୍ୟର ୧୦ ହଜାର ଗ୍ରାମରେ ଗୋଷ୍ଠୀ ନେତୃତ୍ୱାଧୀନ ବିପର୍ଯ୍ୟୟ ପରିଚାଳନା ଯୋଜନା କରାଯାଉଛି । ବିପର୍ଯ୍ୟୟ ପରିଚାଳନାକୁ ଶିକ୍ଷା ପାଠ୍ୟକ୍ରମରେ ମଧ୍ୟ ରାଜ୍ୟ ସରକାର ସାମିଲ କରିଛନ୍ତି । ମହିଳା ସ୍ୱୟଂ ସହାୟିକା (ଏସଏଚଜି) ଗୋଷ୍ଠୀକୁ ବିପର୍ଯ୍ୟୟ ପରିଚାଳନାରେ ସାମିଲ କରାଯିବା ସହିତ ଗଞ୍ଜାମ ଜିଲ୍ଲାରେ ‘ସ୍ୱୟଂସିଦ୍ଧା’ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ରାଜ୍ୟ ମିଶନ ଶକ୍ତି ବିଭାଗ ଏ କ୍ଷେତ୍ରରେ ସହଯୋଗର ହାତ ବଢ଼ାଇବ । ଫଳରେ ଆଗାମୀ ଦିନରେ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି |

Breaking News