Report Card Odisha

| Daily Odia News

ଉତ୍ତର ପ୍ରଦେଶରେ ୧୪୪ ଧାରା ଲାଗୁ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତର ପ୍ରଦେଶରେ ହାଇ ଆଲର୍ଟ ଜାରିହୋଇଛି । ୧୪୪ ଧାରା ଲାଗୁ ସହ ବିଭିନ୍ନ ଜିଲ୍ଲାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ମୁକ୍ତାର ଅନସାରୀଙ୍କ ମୃତ୍ୟୁ ପରେ ହାଇ ଆଲର୍ଟ ଜାରି କରିଛି ପୋଲିସ। ଅନସାରୀଙ୍କୁ ଜେଲରେ ସ୍ଲୋ ପଏଜନ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିାବା ପରେ ଅପ୍ରିତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେଇଛି ଉତ୍ତର ପ୍ରଦେଶ ପୋଲିସ । ଗତକାଲି ୨୦୦୫ରୁ ଜେଲରେ ଥିବା ମୁକ୍ତାର ଅନସାରୀଙ୍କ ମୃତ୍ୟୁ ଘଟିଥିଲା। ଚେତାଶୂନ୍ୟ ହୋଇପଡିବାରୁ ତାଙ୍କୁ ପ୍ରଥମେ ବାନ୍ଦା ହସ୍ପିଟାଲ ଓ ପରେ ରାଣୀ ଦୁର୍ଗାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଡାକ୍ତରମାନେ ମୃତ୍ୟୁର କାରଣ ହୃଦ୍‌ଘାତ ବୋଲି ସନ୍ଦେହ କରୁଛନ୍ତି। ଆଜି ତାଙ୍କର ପୋଷ୍ଟମର୍ଟମ ରିପୋର୍ଟ ଆସିବ। ହେଲେ ଅନସାରୀଙ୍କ ପୁଅ ଏବଂ ତାଙ୍କ ଭାଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଜେଲରେ ଥିବା ସମୟରେ ଅନସାରୀଙ୍କୁ ସ୍ଲୋ ପଏଜନ ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ ଏପରି ଅଭିଯୋଗ ପରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। ଉତ୍ତର ପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର କହିଛନ୍ତି ଯେ, ପରିସ୍ଥିତିକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ CRPF ଧାରା ୧୪୪ ଲାଗୁ କରାଯାଇଛି। ରାଜ୍ୟ ପୋଲିସ କୁ ସହାୟତା କରିବା ପାଇଁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସକୁ ମଧ୍ୟ ଡକାଯାଇଛି। ବାନ୍ଦା, ମାଉ, ଗାଜିପୁର ଏବଂ ବାରାଣାସୀରେ CRPF ୟୁନିଟ୍ ନିୟୋଜିତ ହୋଇଛନ୍ତି। କୌଣସି ପ୍ରକାର ଦଙ୍ଗା ପରିସ୍ଥିତିକୁ ଏଡାଇବା ପାଇଂ ଉତ୍ତରପ୍ରଦେଶ ପୋଲିସର ସୋଶାଲ ମିଡିଆ ସେଲ୍ ମଧ୍ୟ ବିବାଦୀୟ ପୋଷ୍ଟ ଉପରେ ନଜର ରଖିଛି।

Breaking News