Report Card Odisha

| Daily Odia News

ଉତ୍ତରପ୍ରଦେଶର ବ୍ଲକ ଅଧ୍ୟକ୍ଷ ପଦ ନିର୍ବାଚନରେ ବିଜେପିର ବାଜିମାତ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରପ୍ରଦେଶର ବ୍ଲକ ଅଧ୍ୟକ୍ଷ ପଦ ନିର୍ବାଚନରେ ବିଜେପି ଦମଦାର ବିଜୟ ହୋଇଛି | ଶନିବାର ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ରାଜ୍ୟରେ ୮୨୫ଟି ଆସନରୁ ୩୩୪ରେ ନିର୍ବିରୋଧ ଭାବେ ବ୍ଲକ୍ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ତେବେ ୪୭୬ଟି ଆସନରେ ମତଦାନ ହୋଇଥିଲେ । ଏହି ନିର୍ବାଚନରେ ବିଜେପିକୁ ୬୦୦ରୁ ଅଧିକ ଆସନରେ ବିଜୟ ମିଳିଛି । ସମାଜବାଦୀ ପାର୍ଟି ୧୦୦ ଭିଚରେ ସୀମିତ ଥିବା ବେଳେ କଂଗ୍ରେସର ଚିହ୍ନବର୍ଣ୍ଣ ନାହିଁ । ଏପରିକି କଂଗ୍ରେସ ସୋନିଆ ଗାନ୍ଧୀଙ୍କ ଗଡ ରାଏବରେଲୀରେ ମଧ୍ୟ ନିଜ ପ୍ରାର୍ଥୀ ହେଇପାରିନଥିଲା । ଦଳ ଜିଲ୍ଲାର ୧୮ଟି ବ୍ଲକ ଅଧ୍ୟକ୍ଷ ପଦ ପାଇଁ ନିଜେ ପ୍ରାର୍ଥୀ ନଦେଇ ଅନ୍ୟ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା । ସୋନିଆଙ୍କ ଗଡରେ ୧୮ଟି ଆସନରୁ ବିଜେପି ୧୧ଟିରେ ବିଜୟଲାଭ କରିଛି । ସେହିପରି ସମାଜବାଦୀ ପାର୍ଟିର ଖାତାରେ ରାଏବରେଲୀର ୨ଟି ଆସନ ଆସିଛି । ଅନ୍ୟ ୫ଟି ଆସନରେ ସ୍ୱାଧିନ ପ୍ରାର୍ଥୀ ବିଜୟଲାଭ କରିଛନ୍ତି ।ଜିଲ୍ଲାରେ ଅନେକ ହେଭିଓ୍ୱେଟ୍ ନେତାଙ୍କ ପରିବାର ଲୋକେ ଭାଗ୍ୟ ପରୀକ୍ଷା କରିଥିଲେ । ବାହୁବଳୀ ବିଧାୟକ ସ୍ୱର୍ଗତଃ ଅଖିଲେଶ ସିଂଙ୍କ ପତ୍ନୀ, କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବୋହୂ ମଧ୍ୟ ବିଜୟ ଲାଭ କରିଛନ୍ତି । ସୋନିଆଙ୍କ ଗଡରେ କଂଗ୍ରେସର ଏପରି ଲଜ୍ଜାଜନକ ପରାଜୟକୁ ଦଳ ପାଇଁ ଚିନ୍ତା ବଢାଇ ଦେଇଛି । କାରଣ ସୋନିଆ ହିଁ ଉତ୍ତରପ୍ରଦେଶରୁ କଂଗ୍ରେସର ଏକମାତ୍ର ସାଂସଦ ଭାବେ ଜିତିଥିଲେ । ତେବେ ଧିରେଧିରେ ସୋନିଆଙ୍କ ଦୁର୍ଗ ଭୁଷୁଡି ପଡୁଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।

Breaking News