ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ପଜିଟିଭ୍ ହୋଇଛନ୍ତି। ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲେଖିଛନ୍ତି, ଲକ୍ଷଣ ଦେଖାଦେବା କ୍ଷଣି ମୁଁ କୋଭିଡ୍-୧୯ ପରୀକ୍ଷା କରାଇବାରୁ ରିପୋର୍ଟ ପଜିଟିଭ୍ ଆସିଲା । ମୁଁ ଏକାନ୍ତବାସରେ ରହି ଡାକ୍ତରମାନଙ୍କ ପରାମର୍ଶ ମାନି ଚଳୁଛି। ଏବେ ସମସ୍ତ କାର୍ଯ୍ୟ ‘ଭର୍ଚ୍ୟୁଆଲ୍’ ଜରିଆରେ କରୁଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କେତେଜଣ କର୍ମଚାରୀ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ଜଣାପଡ଼ିବା ପରେ ଯୋଗୀ ଆଦିତ୍ୟନାଥ ଏକାନ୍ତବାସ ଆରମ୍ଭ କରିଥିଲେ। ଏ ସଂକ୍ରାନ୍ତରେ ହିନ୍ଦୀରେ ଟୁଇଟ୍ କରି ସେ ଲେଖିଥିଲେ, ମୋ କାର୍ଯ୍ୟାଳୟର କେତେଜଣ କର୍ମଚାରୀ କରୋନାଭାଇରସ୍ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଉକ୍ତ ଅଧିକାରୀମାନେ ମୋ ସଂସ୍ପର୍ଶରେ ଆସିଥିବାରୁ ସତର୍କତାର ପଦକ୍ଷେପସ୍ୱରୂପ ମୁଁ ଏକାନ୍ତବାସ କରି ସବୁ କାର୍ଯ୍ୟ ‘ଭର୍ଚ୍ୟୁଆଲ୍’ ମାଧ୍ୟମରେ କରୁଛି। ଏହା ବ୍ୟତିରେକେ, ଆହ୍ଲାବାଦ ହାଇକୋର୍ଟ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀ ଉତ୍ତର ପ୍ରଦେଶ ସରକାରଙ୍କୁ କହିଛନ୍ତି ଯେ, ଅଧିକ କୋଭିଡ୍-୧୯ ସଂକ୍ରମଣ ଅଞ୍ଚଳରେ ଦୁଇରୁ ତିନି ସପ୍ତାହ ଲାଗି ସମ୍ପୂର୍ଣ୍ଣ ଲକ୍ଡାଉନ୍ ଭଳି ବ୍ୟବସ୍ଥା ପାଇଁ ବିଚାର କରନ୍ତୁ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..