ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁପିରେ ଦ୍ବିତୀୟ ପର୍ଯାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ରାମପୁର , ସାହରନପୁର, ବିଜନୋର, ମୋରଦାବାଦ, ଆମରୋହା , ବରେଲୀ , ବଦୁଆଁ, ଜଲାଲବାଦ ସାହାଜାହାନପୁର ଜିଲ୍ଲାର ୫୫ଟି ବିଧାନସଭା ଆସନ ପାଇଁ ୧୪ ତାରିଖରେ ନିର୍ବାଚନ ହେବ। ଆଜି ସଂଧ୍ଯାରେ ଏହି ୫୫ଟି ଆସନ ପାଇଁ ନିର୍ବାଚନ ପ୍ରଚାର ଶେଷ ହେବ । ସବୁ ଦଳ ଏଥିପାଇଁ ଆଜି ପ୍ରଚାରର ଶେଷ ଦିନରେ ଦମ ଦେଖାଇବେ। ସେପଟେ ନିର୍ବାଚନ ମୈଦାନରେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶଗଂଜ ଜନସଭାକୁ ସମ୍ଭୋଧନ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବା ସହ ସମାଜବାଦୀ ପାର୍ଟି ଉପରେ ଖୁବ ହମଲା କରିଛନ୍ତି। ସେ କହିଛନ୍ତି ଯେ, ପ୍ରଥମ ପର୍ଯ୍ଯାୟ ନିର୍ବାଚନରେ ବିଜେପି ପତାକା ଉଡିଛି। ଆଉ ବିରୋଧୀ ହୋଇଛନ୍ତି ହତାସ। ପରିବାରବାଦୀ ଲୋକ ଏବେ ଇଭିଏମକୁ ଦୋଷ ଦେବା ଆରମ୍ଭ କରିଦେଇଛନ୍ତି। ସେହିପରି ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବ ସମାଜବାଦୀ ପାର୍ଟି ଓ RLD ମେଣ୍ଟ ପ୍ରାର୍ଥୀଙ୍କ ପାଇଁ ଧୁଆଁଧାର ରାଲି ଆଉ ଶୋଭାଯାତ୍ରା କରୁଛନ୍ତି। ବିଜନୋରରେ ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ବେଳେ ଅଖିଳେଶ ବିଜେପିକୁ ଟାର୍ଗେଟ କରିଛନ୍ତି। ଏଥର ବିଜେପିର ମିଥ୍ଯା, ପ୍ରବଂଚନର ଆଉ ଷଡଯନ୍ତ୍ର ଉତ୍ତରପ୍ରଦେଶରେ କାଟୁ କରୁନି। ୟୁପିରେ ଡବଲ ଇଂଜନ ସରକାର ଡବଲ ଦୁର୍ନୀତି କରିଛି। ଏହାର ପର୍ଦ୍ଦାଫାସ ହେବ ବୋଲି କହିଛନ୍ତି ।
More Stories
କୁମ୍ଭମେଳାରେ ବୁଡ ପକାଇବେ ପ୍ରଧାନମନ୍ତ୍ରୀ…..
ଆଜି ଭୋଟ୍ ଦେଉଛି ଦିଲ୍ଲୀ,୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର…..
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……