ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ୮ଥର ଭୋଟ୍ ଦେଇ ଗିରଫ ହୋଇଛନ୍ତି ଜଣେ ବ୍ୟକ୍ତି | ଉତ୍ତରପ୍ରଦେଶର ଏଟାରେ ଜଣେ ବ୍ୟକ୍ତି ବାରମ୍ବାର ଭୋଟ୍ ଦେଇଥିବା ନେଇ ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ସେପଟେ ନିର୍ବାଚନ ଆୟୋଗ ଉକ୍ତ ମତଦାନ କେନ୍ଦ୍ର ପୁଣି ଥରେ ଭୋଟିଂ କରିବାକୁ ସୁପାରିଶ କରିଛନ୍ତି। ପ୍ରକୃତରେ ଉତ୍ତରପ୍ରଦେଶ ଏଟାର ଏକ ମତଦାନ କେନ୍ଦ୍ରରେ ଜଣେ ବ୍ୟକ୍ତି ୮ ଥର ଭୋଟ୍ ଦେଇଥିବା ନେଇ ଦାବି କରିଥିଲେ। ଏହାର ଏକ ଭିଡିଓ କରି ସୋଶାଲ ମିଡିଆରେ ଅପ୍ଲୋଡ୍ ମଧ୍ୟ କରିଥିଲେ। ଏହି ଭିଡିଓ ଭାଇରାଲ ହୋଇଥିଲା। ଏହାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ସେୟାର କରିଥିଲେ। ୨ ମିନିଟ୍ର ଭିଡିଓରେ ଜଣେ ଭୋଟର୍ ବିଜେପି ପ୍ରାର୍ଥୀ ମୁକେଶ ରାଜପୁତଙ୍କୁ ୮ ଥର ଭୋଟ୍ ଦେଉଥିବାର ଦେଖିବାକୁ ମିଳିଛି। ରାଜପୁତ ଉତ୍ତରପ୍ରଦେଶର ଫାରୁଖବାଦ ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଅଟନ୍ତି। ସମାଜବାଦୀ ପାର୍ଟି ପକ୍ଷରୁ ଏହି ଭିଡିଓକୁ ସେୟାର କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଏକାଧିକ ଥର ଭୋଟ୍ ଦିଆଯାଇଥିବା ଅଭିଯୋଗ ଆଣିଛି। ଏହି ଘଟଣା ନିଶ୍ଚିତ ଭାବରେ ବୁଥ୍ କ୍ୟାପଚରିଂକୁ ପ୍ରତିଫଳିତ କରୁଛି। ନିର୍ବାଚନ ଆୟୋଗ ଏନେଇ ଦୃଷ୍ଟି ଦେବା ଉଚିତ୍। ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ସପା କହିଛି।






More Stories
ମଣିପୁରରେ ସାନି ହିଂସା…..
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..