ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ୨୦୨୨ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟଙ୍କ ମଧ୍ୟରେ ଦଳଡିଆଁ ନୀତି ଆରମ୍ଭ ହୋଇଯାଇଛି। ଏହି ସମୟରେ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି( ବିଏସ୍ପି)ର ୬ ଜଣ ବିଧାୟକ ଦଳଛାଡି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ସାମିଲ ହୋଛନ୍ତି। ଜଣେ ଭାଜପା ବିଧାୟକ ମଧ୍ୟ ପଦ୍ମ ଛାଡ଼ି ସାଇକେଲ ଧରିଛନ୍ତି। ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସେମାନେ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି। ଅସଲମ୍ ରାଇନି(ଭିଙ୍ଗା-ଶରବସ୍ତି), ଅସଲମ୍ ଅଲ୍ଲୀ ଚୌଧୁରୀ( ଢୋଲାନା ହାପୁର), ମୁଜତାବ୍ ସିଦ୍ଦିକ୍( ପ୍ରତାପପୁର-ଆଲ୍ଳାହବାଦ୍), ହକିମ୍ ଲାଲ୍ ବିନ୍ଦ( ହାନ୍ଦିଆ-ପ୍ରୟାଗରାଜ), ହରଗୋବିନ୍ଦ ଭାର୍ଗବ( ସିଦ୍ଧୁଲି ସୀତାପୁର), ସୁଶମ ପଟେଲ( ମୁଙ୍ଗରା ବାଦଶାହପୁର) ପ୍ରମୁଖ ବିଏସ୍ପି ଛାଡ଼ିଛନ୍ତି। ସେହିପରି ଭାଜପାର ସୀତାପୁର ବିଧାୟକ ରାକେଶ ରାଠୋର ଅଖିଳେଶଙ୍କ ଦଳରେ ସାମିଲ ହୋଇଛନ୍ତି। ଏହି ଅବସରରେ ଅଖିଳେଶ କହିଛନ୍ତି ଯେ, ରାଜ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଦୁର୍ନୀତିଗ୍ରସ୍ତ ହେବାରେ ଲାଗିଛନ୍ତି। ଶାସକ ଦଳ ପ୍ରତି ଜନସାଧାରଣଙ୍କର ମୋହ ଭଙ୍ଗ ହୋଇଛି। ସେମାନଙ୍କର ବିଶ୍ୱାସ ତୁଟି ଯାଇଛି। ଏବେ ରାଜ୍ୟରେ ଭାଜପାର ପତନ ଆରମ୍ଭ ହେବ ବୋଲି ସେ କହିଛନ୍ତି।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..