Report Card Odisha

| Daily Odia News

ୟୁପି,ଉତ୍ତରାଖଣ୍ଡ -ଗୋଆରେ ମତଦାନ ଜାରି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରପ୍ରଦେଶରେ ଆଜି ଦ୍ଵିତୀୟ ପର୍ଯ୍ୟାୟ ମତଦାନ ହେଉଛି । ଏହି ପର୍ଯ୍ୟାୟରେ ୫୫ଟି ବିଧାନସଭା ଆସନ ପାଇଁ ସକାଳ ୭ ଟାରୁ ଭୋଟ ଗ୍ରହଣ ଚାଲିଛି । ଆଜି ମଧ୍ୟ ଉତ୍ତରାଖଣ୍ଡ ଓ ଗୋଆରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେଉଛି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦଶର ୯ଟି ଜିଲ୍ଲାର ୫୫ଟି ବିଧାନସଭା ଆସନ ପାଇଁ ୫୮୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେଥିମଧ୍ୟରୁ ୯ଟି ଆସନ ତଫସିଲଭୁକ୍ତ ଜାତି ପାଇଁ ସଂରକ୍ଷିତ ରହିଛି। ୟୁପି ମତଦାନ ଚାଲିଥିବା ୯ଟି ଜିଲ୍ଲା ହେଉଛି ସାହାରଣପୁର, ବିଜନର, ଅମରୋହା, ମୋରାଦାବାଦ, ରାମପୁର, ବରେଲି, ଶାହାଜାହାନପୁର ବଦାୟୁ ଏବଂ ସଂଭଲ। ସେହିପରି ଗୋଆରେ ୪୦ଆସନ ପାଇଁ ମଇଦାନରେ ଅଛନ୍ତି ୩୦୧ ପ୍ରାର୍ଥୀ । ଉତ୍ତରାଖଣ୍ଡରେ ୭୦ ସିଟ ପାଇଁ ଲଢୁଛନ୍ତି ୬୩୨ ପ୍ରାର୍ଥୀ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାତା ଭୋଟ ଚାଲିବ । ୨ୟ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୯ଟି ଜିଲ୍ଲାରେ ୫୫ଟି ଆସନରେ ମତଦାନ ହେଉଛି । ୨.୨ କୋଟି ମତଦାତା ନିଜର ଅଧିକାର ସାବ୍ୟସ୍ତ କରିବେ । ଏଥିରେ ୧.୦୮ କୋଟି ପୁରୁଷ ଓ ୯୪ ଲକ୍ଷ ମହିଳା । ୧୨୬୯ ଜଣ କିନ୍ନର ମତଦାତା ଅଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୫୮୬ ଜଣ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ଏଥିରୁ ୬୯ ଜଣ ମହିଳା ରହିଛନ୍ତି ।

Breaking News