ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚୀନ୍ ଓ ପାକିସ୍ତାନ ପଟୁ ଥିବା ସମ୍ଭାବ୍ୟ ବିପଦର ମୁକାବିଲା କରିବା ଉଦ୍ଦେଶ୍ୟରେ ଭାରତ ଶ୍ରୀନଗରସ୍ଥିତ ବିମାନ ଘାଟିରେ ଉନ୍ନୀତ ‘ମିଗ୍-୨୯’ ଲଢୁଆ ଜେଟ୍ ବିମାନ ମୁତୟନ କରାଯାଇଛି | ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏହି ବିମାନଘାଟିରେ ‘ମିଗ୍-୨୧’ ଲଢୁଆ ଜେଟ୍ ମୁତୟନ କରାଯାଉଥିଲା। ‘ଉତ୍ତରର ପ୍ରତିରକ୍ଷାକାରୀ’ ଭାବେ ସୁପରିଚି ‘ଦି ଟ୍ରିଡେଣ୍ଟ୍ ସ୍କ୍ବାର୍ଡନ୍’ ସମ୍ପ୍ରତି ଏହି ଘାଟିରେ ନିଜର ଆସ୍ଥାନ ଜମାଇଛି। ପାକିସ୍ତାନ ପଟୁ ବିପନ୍ନ ହେଉଥିବା ସୁରକ୍ଷା ବ୍ୟବସ୍ଥା ଉପରେ ଦୃଷ୍ଟି ରଖିବା ପାଇଁ ଏହି ସ୍କ୍ବାର୍ଡନ୍କୁ ଦାୟିତ୍ବ ଦିଆଯାଇଛି। ‘ମିଗ୍-୨୧’ ଜେଟ୍ ଅପେକ୍ଷା ‘ମିଗ୍-୨୯’ ବିମାନରେ ଅନେକ ପ୍ରକାର ସୁବିଧା ରହିଛି। ଆକାଶରୁ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ ଏବଂ ଆକାଶରୁ ଭୂପୃଷ୍ଠକୁ ଅସ୍ତ୍ର ନିକ୍ଷେପ ସମେତ ଅନେକ କିଛି ବ୍ୟବସ୍ଥା ‘ମିଗ୍-୨୯’ରେ ରହିଛି। ଯୁଦ୍ଧ ସମୟରେ ‘ମିଗ୍-୨୯’ ଶତ୍ରୁ ପକ୍ଷର ଲଢୁଆ ବିମାନକୁ ‘ଜାମ୍’ କରିଦେଇ ପାରିବ। ‘ନାଇଟ୍ ଭିଜନ୍ ଗଗଲ୍ସ୍’ ପିନ୍ଧି ଏହାକୁ ରାତିରେ ମଧ୍ୟ ଯୁଦ୍ଧ ପାଇଁ ବ୍ୟବହାର କରାଯାଇ ପାରିବ।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……