ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ଭି ଶୀର୍ଷାନନ୍ଦ କ୍ଷମା ପ୍ରାର୍ଥନା କରିବା ପରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ବିରୋଧରେ ସୁପ୍ରିମକୋର୍ଟର ସ୍ୱତନ୍ତ୍ର ୫ ଜଣିଆ ଖଣ୍ଡପୀଠ ଶୁଣାଣି ବନ୍ଦ କରିଦେଇଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି ପ୍ରକ୍ରିୟାକୁ ବନ୍ଦ କରି କହିଛନ୍ତି ଯେ ଏହି ପ୍ରକ୍ରିୟାକୁ ଆଗକୁ ନ ନେବା ପାଇଁ ଆମେ ଅନୁଷ୍ଠାନର ନ୍ୟାୟ ଏବଂ ସମ୍ମାନ ସ୍ୱାର୍ଥରେ ବିଚାର କରିବୁ। ସୁପ୍ରିମକୋର୍ଟ କହିଛନ୍ତି କି ‘‘ଆପଣ ଭାରତର କୌଣସି ବି ଅଞ୍ଚଳକୁ ଏପରି ଭାବେ ପାକିସ୍ତାନ କହି ସମ୍ବୋଧନ କରିପାରିବେ ନାହିଁ।’’ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ବିଚାରପତି ତାଙ୍କର ମନ୍ତବ୍ୟ ପାଇଁ କ୍ଷମା ମାଗି ସାରିଛନ୍ତି। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଥିଲା ଯେ ହାଇକୋର୍ଟର ବିଚାରପତି ଜଷ୍ଟିସ ଭି ଶ୍ରୀଶାନନ୍ଦ ବେଙ୍ଗାଲୁରୁର ଏକ ଅଞ୍ଚଳକୁ ‘ପାକିସ୍ତାନ’ ବୋଲି କହିଥିଲେ। ଯାହାକୁ ନେଇ ବିବାଦ ଉପୁଜିଥିଲା।






More Stories
ହାଇକୋର୍ଟ ଯିବେ ବିଜୟ!୧୧୮ ବିଧାୟକଙ୍କୁ ଆଣ……
ବିହାରରେ କ୍ୟାବିନେଟ୍ ସମ୍ପ୍ରସାରଣ…..
ଟିଏମସି ନେତାଙ୍କୁ ବିଜେପି ମନା…..