ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚେନ୍ନାଇ ବିମାନବନ୍ଦରରୁ ଦୁବାଇ ଯାଉଥିବା ଏକ ବିମାନରେ ଅଗ୍ନିକାଣ୍ଡ ଘଟିଛି | ଏମିରେଟ୍ସ ବିମାନ ଉଡାଣ ଭରିବା ପୂର୍ବରୁ ଇଞ୍ଜିନ୍ରୁ ଧୂଆଁ ବାହାରିବାକୁ ଲାଗିଥିଲା। ଧୂଆଁ ବାହାରିବା ଦେଖି ଘଟଣାସ୍ଥଳରେ ଲୋକେ ଭୟଭୀତ ହୋଇଯାଇଥିଲେ । ଏହି ଘଟଣା ସମୟରେ ବିମାନ ଭିତରେ କୌଣସି ଯାତ୍ରୀ ନଥିଲେ । ଉଡାଣ ଭରିବା ଠିକ୍ ପୂର୍ବରୁ ହିଁ ଏହି ଘଟଣା ଘଟିଥିଲା । ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏମିରେଟ୍ସ ବିମାନ ରାତି ୯.୫୦ ରେ ଦୁବାଇ ଅଭିମୁଖେ ଯାତ୍ରା କରିବାର ଥିଲା। ଏହାର କିଛି ସମୟ ପୂର୍ବରୁ ଇଞ୍ଜିନରୁ ଧୂଆଁ ବାହାରିବା ଆରମ୍ଭ କରିଥିଲା । ଏହି ବିମାନରେ ୩୦୦ ରୁ ଅଧିକ ଯାତ୍ରୀ ଯାତ୍ରା କରିବାକୁ ଯାଉଥିଲେ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ଏହି ଦୁର୍ଘଟଣା ଯୋଗୁଁ ବିମାନଟି ଉଡାଣ ଭରିବାକୁ ପ୍ରାୟ ୨ ଘଣ୍ଟା ବିଳମ୍ବ ହୋଇଥିଲା ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..