ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିବାଦରେ ଥିବା ଟ୍ରେନି ଆଇଏଏସ୍ ପୂଜା ଖେଡ଼କରଙ୍କୁ ଶକ୍ତ ଝଟକା ଲାଗସିଛି। ସେ ତାଙ୍କ ଆଇଏଏସ୍ ପଦ ହରାଇଛନ୍ତି। ପୂଜା ଏଣିକି ଆଉ ଆଇଏଏସ ନୁହନ୍ତି। ଆଜି ୟୁପିଏସ ତରଫରୁ ତାଙ୍କର ପ୍ରୋଭିଜନାଲ ପ୍ରାର୍ଥିତ୍ୱ ବା ଆଇଏଏସ୍ ମନୋନୟନକୁ ବାତିଲ କରି ଦିଆଯାଇଛି। ଏଥିସହ ତାଙ୍କୁ ଭବିଷ୍ୟତରେ କମିଶନ ପକ୍ଷରୁ ଆୟୋଜିତ ସମସ୍ତ ପରୀକ୍ଷରୁ ବଞ୍ଚିତ କରାଯାଇଛି। ଏହାର ଅର୍ଥ ସେ ଆଉ ୟୁପିଏସ୍ସି ପରୀକ୍ଷା ଦେଇ ପାରିବେ ନାହିଁ। ନକଲି ପରିଚୟପତ୍ର ସହ ସେ ଏକାଧିକ ଥର ପରୀକ୍ଷାରେ ଅଂଶଗ୍ରହଣ କରିଥିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୁଣେରେ ଟ୍ରେନି ଆଇଏଏସ୍ ଭାବେ ଯୋଗ ଦେଇଥିବା ପୂଜା ନିଜ କ୍ଷମତାର ଅପବ୍ୟବହାର କରିଥିଲେ। ଏଥିସହ ସେ ତାଙ୍କ ଦିବ୍ୟାଙ୍ଗ ଓ ପଛୁଆ ବର୍ଗର ସଂରକ୍ଷଣ ବ୍ୟବସ୍ଥାରେ ମଧ୍ୟ ହେରଫେର କରିଥିବା ଅଭିଯୋଗ ହୋଇଛି। ପ୍ରମାଣପତ୍ରରେ ହେରଫେର କରି ସେ ୟୁପିଏସ୍ସି ପରୀକ୍ଷାରେ କୃର୍ତ୍ତକାର୍ଯ୍ୟ ହୋଇଥିଲେ ବୋଲି ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ୟୁପିଏସ୍ ପକ୍ଷାରୁ ପୂଜାଙ୍କ ପ୍ରାର୍ଥିତ୍ୱର ଯାଞ୍ଚ ବିସ୍ତୃତ ଭାବେ କରାଯାଇଥିଲା। ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ୟୁପିଏସ୍ସି ଉପଲବ୍ଧ ଥିବା ରେକର୍ଡକୁ ଯତ୍ନର ସହ ଯାଞ୍ଚ କରିଥିଲା। ଏଥିରୁ ଜଣାପଡ଼ିଛି ଯେ ସିଏସ୍ଇ-୨୦୨୨ ନିୟମରେ ଥିବା ପ୍ରାବଧାନକୁ ସେ ଉଲ୍ଲଙ୍ଘନ କରିଛନ୍ତି। ଏଥିପାଇଁ ତାଙ୍କ ୨୦୨୨ ସିଏସଇ ପ୍ରୋଭିଜନାଲ ପ୍ରାର୍ଥିତ୍ୱକୁ ରଦ୍ଦ କରାଯାଉଛି। ଏଥିସହ ତାଙ୍କୁ ଆଗାମୀ ଭବିଷ୍ୟତରେ କମିଶନର ସମସ୍ତ ପ୍ରକାରର ପରୀକ୍ଷା ଓ ଚୟନପ୍ରକ୍ରିୟାରୁ ବ୍ୟାନ କରାଯାଉଛି। ଏହାର ଅର୍ଥ ସେ କମିଶନର କୌଣସି ପ୍ରକାରରର କାର୍ଯ୍ୟକ୍ରମରେ ପୂଜା ଖେଡକର ଭାଗ ନେଇପାରିବେ ନାହିଁ।






More Stories
ବୀମା ଟଙ୍କା ପାଇଁ ବାପାକୁ ସାପ ଚୋଟ…..
ଇମ୍ରାନ୍ ଖାନ୍ ଏବଂ ବୁଶରା ବିବିଙ୍କୁ ଜେଲ୍ ଦଣ୍ଡ……
ଆମେରିକା ପ୍ରତିରକ୍ଷା ସଚିବଙ୍କ କଡ଼ା ଚେତାବନୀ…..