ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଉଗ୍ର ରୂପ ନେଉଛି | ଏହାଭିତରେ ବେଳେ ଆମେରିକାର ଭୂମିକାକୁ ନେଇ ସାରା ବିଶ୍ୱରେ ପ୍ରଶ୍ନ ବାଛି ହୋଇଛି | ରୁଷ ବିରୋଧରେ ପଶ୍ଚିମ ଦେଶଗୁଡ଼ିକ ଏକାଠି ହେଉଥିବା ବେଳେ ଭାରତ ନିରପେକ୍ଷ ନୀତି ଅବଲମ୍ବନ କରି ଚାଲିଛି। ଭାରତର ଏପରି ଆଭିମୁଖ୍ୟକୁ ସହଜରେ ଗ୍ରହଣ କରିପାରୁନି ଆମେରିକା। ଏଥିପାଇଁ ଆମେରିକା ଏବେ ଭାରତକୁ ପରାମର୍ଶ ଦେବା ଆରମ୍ଭ କରିଛି। ରୁଷ ଠାରୁ ଦୂରେଇ ରହିବାକୁ ଭାରତକୁ ଆମେରିକା କହିଛି। ଯୁଦ୍ଧଖୋର ରୁଷ ବିରୋଧରେ ଜାତିସଂଘର ଏକାଧିକ ଫୋରମରେ ପ୍ରସ୍ତାବ ଆସୁଥିବା ବେଳେ ଭାରତ ସବୁବେଳେ ଭୋଟ ଦାନରୁ ଦୂରେଇ ରହୁଛି। ଏପରି କରି ଭାରତ ସରକାର ରୁଷକୁ ସମର୍ଥନ କରୁଛନ୍ତି ବୋଲି ଆମେରିକା ଆଶଙ୍କା କରିଛି। ଏଥିପାଇଁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ଭାରତକୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କୁହାଯାଇଛି। ଭାରତ ଯୁଦ୍ଧ ବିରତି ଓ ହିଂସା ବିରୋଧରେ ମତ ରଖୁଥିଲେ ମଧ୍ୟ ଏଯାଏ ଖୋଲାଖୋଲି ଭାବେ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନିନ୍ଦା କରିନାହିଁ। ଆମେରିକା ଓ ତା’ର ସହଯୋଗୀ ରାଷ୍ଟ୍ରମାନେ ରୁଷକୁ ସମାଲୋଚନା କରୁଥିବା ବେଳେ ଭାରତର ଏପରି ଆଭିମୁଖ୍ୟ ସମସ୍ତଙ୍କୁ ଚକିତ କରିଛି।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..