Report Card Odisha

| Daily Odia News

ସିରିଆ ଉପରେ ଆମେରିକାର ଆକ୍ରମଣ:ଆତଙ୍କବାଦୀଙ୍କ ମୃତ୍ୟୁ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସିରିଆରେ ଏକ ବଡ଼ ବିମାନ ଆକ୍ରମଣ କରିଛି ଆମେରିକା । ଆମେରିକୀୟ ସେନା ସିରିଆର ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ବିରୁଦ୍ଧରେ “ହକ୍ ଆଇ ଷ୍ଟ୍ରାଇକ୍” ଅପରେସନ୍ ଆରମ୍ଭ କରିଛି । ଯେଉଁଥିରେ ୭୦ ରୁ ଅଧିକ ଇସଲାମିକ୍ ଷ୍ଟେଟ୍ ଅଫ୍ ସିରିଆ ଆଣ୍ଡ୍ ଇରାକ୍ (ଆଇଏସଆଇଏସ) ଆଡ୍ଡା ସ୍ଥଳକୁ ଲକ୍ଷ୍ୟ କରି ବୋମା ମାଡ଼ କରିଛି। ଏହି ଆକ୍ରମଣରେ ଅନେକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ଏବଂ ସମସ୍ତ ଲକ୍ଷ୍ୟସ୍ଥଳ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି।ଡିସେମ୍ବର ୧୩ ତାରିଖରେ ସିରିଆର ପାଲମିରା ସହରଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦୁଇ ଆମେରିକୀୟ ସୈନିକ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଆମେରିକା ଏହି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ଆମେରିକୀୟ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏବଂ ନିଜେ ରାଷ୍ଟ୍ରପତି ଟ୍ରମ୍ପ୍ ଏହି ଆକ୍ରମଣକୁ ନିଶ୍ଚିତ କରିଛନ୍ତି। ପ୍ରତିରକ୍ଷା ସଚିବ ହେଗସେଥ୍ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟରେ କେନ୍ଦ୍ରୀୟ ସିରିଆରେ ଆମେରିକୀୟ ସେନାର ହକ୍ ଆଇ ଅଭିଯାନ ବିଷୟରେ ସୂଚନା ସେୟାର କରିଛନ୍ତି।

Breaking News