ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଭାରତ ପାଳନ କରୁଛି ୭୫ତମ ସ୍ୱତନ୍ତ୍ରତା ଦିବସ । ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି । ଭାରତର ଏହି ଖୁସିରେ ସାମିଲ ହୋଇଛି ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୭୫ ବର୍ଷ ସ୍ୱାଧିନତା ଦିବସରେ ଶୁଭକାମନା ଜଣାଇଛନ୍ତି । ଏହାସହ ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ବି ମନେ ପକାଇଛନ୍ତି । ବାଇଡେନ୍ କହିଛନ୍ତି ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସା ବଳରେ ଦେଶ ସ୍ୱାଧିନତାର ସ୍ୱାଦ ଚାଖିପାରିଛି । ବେଶ କିଛିଦିନ ହେବ ୪୦ ଲକ୍ଷରୁ ଅଧିକ ଭାରତୀୟ ଆମେରିକାରେ ଥିବା ବେଳେ ଏମାନଙ୍କ ସହ ଆମର ସମ୍ପର୍କ ନିବିଡ ହୋଇଛି ବୋଲି ବାଇଡେନ୍ କହିଛନ୍ତି ।






More Stories
ରନ୍ଓ୍ବେରେ ପିଟିହେଲା ବିମାନ…..
ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡକୁ ହତ୍ୟା……
ମୋଦୀ ଡାକିଲେ ଜରୁରୀ ବୈଠକ…..