ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ‘ଉଠ ଓଡ଼ିଆ’ ସ୍ୱାଭିମାନ ସଂକଳ୍ପ ପଦଯାତ୍ରା ଆରମ୍ଭ ହେଉଛି । ଶ୍ରୀକ୍ଷେତ୍ର ପୁରୀରୁ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ପଦଯାତ୍ରା ହେବ। ୧୪ ତାରିଖ ପଣାସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଦିନ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବ। ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନ ଏବଂ ଓଡ଼ିଶାର ସୁରକ୍ଷା ଲକ୍ଷ୍ୟ ନେଇ ଏହି ବିରାଟ ପଦଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। ସକାଳ ୭ଟାରୁ ସିଂହଦ୍ୱାର ସାମ୍ନାରୁ ପଦଯାତ୍ରା ଆରମ୍ଭ ହୋଇଛି। ପୁରୀ ସହର ତଥା ଓଡ଼ିଶାର ସଚେତନ ନାଗରିକ, ସମାଜ ଚିନ୍ତକ, ସାମାଜିକ କର୍ମୀ, ଛାତ୍ର ଓ ଯୁବ ପ୍ରତିନିଧି ଏବଂ ସାମ୍ବାଦିକ ବନ୍ଧୁ ମାନେ ପଦଯାତ୍ରାରେ ସାମିଲ୍ ହୋଇଛନ୍ତି।






More Stories
ନବୀନଙ୍କୁ ଟାର୍ଗେଟ୍ କଲେ ମନମୋହନ…..
ପ୍ରମିଳାଙ୍କ ବାସଭବନରେ ନେତାଙ୍କ ମେଳି…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..