ରିପୋର୍ଟ କାର୍ଡ / ଭୁବନେଶ୍ୱର
କଳା ସଂସ୍କୃତି ଭରା ଆମ ରାଜ୍ୟ ଓଡିଶା | ଆଜି ଉତ୍କଳ ଦିବସ ଓଡ଼ିଶା ପ୍ରତିଷ୍ଠା ଦିବସ । ସମଗ୍ର ରାଜ୍ୟରେ ୧ ଅପ୍ରେଲକୁ ଉତ୍କଳ ଦିବସ ରୂପେ ପାଳନକରାଯାଇଥାଏ । ଓଡ଼ିଆ ଭାଷା ଏବଂ ସଂସ୍କୃତିର ପ୍ରତିଷ୍ଠାକୁ ମନେପକେଇଥାଏ । ସ୍ୱତନ୍ତ୍ର ହୋଇଥିବା ଓଡ଼ିଶା ରାଜ୍ୟ ଏବଂ ତା’ର ସଂଘର୍ଷର ଗାଥା ଗରିମାକୁ ଆମେ ମନେପକାଉ । ଉତ୍କଳର ଗାଥାକୁ ରୋମନ୍ଥନ କରୁ । ୧ ଅପ୍ରେଲ ୧୯୩୬ ଓଡ଼ିଶା ରାଜ୍ୟକୁ ଅଲଗା ରାଜ୍ୟ ରୂପେ ଘୋଷଣା କରାଯାଇଥିଲା । ଏଥିପାଇଁ ଅନେକ ଓଡ଼ିଆପ୍ରେମୀଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା । ସ୍ୱତନ୍ତ୍ର ଓଡିଶା ଗଠନରେ ଉତ୍କଳମଣି ଗୋପବନ୍ଧୁ ଦାଶ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ହରେକୃଷ୍ଣ ମହତାବ, ବ୍ୟାସକବି ଫକୀରମୋହନ ସେନାପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ, ପଣ୍ଡିତ ନୀଳକଣ୍ଠ ଦାସ, କବିବର ରାଧାନାଥ ରାୟ,ସ୍ୱଭାବ କବି ଗଂଗାଧର ମେହେର ଓ କର୍ମବୀର ଗୌରୀଶଙ୍କର ରାୟଙ୍କ ର ଅବଦାନ ଅବିସ୍ମରଣୀୟ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..