ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫ୍ରେମଡ ଫଟୋ ଅଳିଆ ଗାଡ଼ି | ଜଣେ ସଫେଇ କର୍ମଚାରୀ ମୋଦି ଓ ଯୋଗୀ ଙ୍କ ଫଟୋ ଅଳିଆ ଗାଡ଼ିରେ ନେବା ମହଙ୍ଗା ପଡ଼ିଛି। ସେ ଅନ୍ୟ ଅଳିଆ ଭଳି ଦୁଇ ନେତାଙ୍କ ଫଟୋକୁ ମଧ୍ୟ ଗାଡ଼ିରେ ଭର୍ତ୍ତି କରି ନେଉଥିଲେ। ତେବେ ଏହାର ଭିଡିଓ ଭାଇରାଲ ହେବା ପରେ ମଥୁରା ମ୍ୟୁନସିପାଲ କର୍ପୋରେସନରେ କାମ କରୁଥିବା ଉକ୍ତ ସଫେଇ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ସଫେଇ କର୍ମଚାରୀ ଜଣଙ୍କ ହାତ ଠେଲା ଅଳିଆ ଗାଡ଼ିରେ କିଛି ଜିନିଷ ନେଇ ଯାଉଥିଲେ। ଏହି ସମୟରେ ରାଜସ୍ଥାନର ଅଲୱାରରୁ ଆସିଥିବା କିଛି ଲୋକ ତାଙ୍କୁ ଅଟକାଇଥିଲେ। ସେମାନେ ଅଳିଆ ଗାଡ଼ିରେ ଯୋଗୀ ଓ ମୋଦିଙ୍କ ଫଟୋ ଥିବା ଦେଖିବା ପରେ ବିରକ୍ତ ହୋଇଥିଲେ। ଏହାକୁ ଅଳିଆ ଗାଡ଼ିରୁ କାଢ଼ିବା ସହ ମୋବାଇଲରେ ପୂରା ଘଟଣାକୁ ରେକର୍ଡ କରିଥିଲେ। କାହିଁକ କର୍ମଚାରୀ ଜଣଙ୍କ ମୋଦି ଓ ଯୋଗୀଙ୍କ ଫଟୋ ଅଳିଆ ଗାଡ଼ିରେ ନେଉଥିବା ପ୍ରଶ୍ନ କରିଥିଲେ। ଏହାର ଜବାବରେ କର୍ମଚାରୀ ଜଣଙ୍କ କହିଥିଲେ ଯେ “ଏହି ଘଟଣା ସହ ମୋର କିଛି ବି ମନ୍ଦ ଉଦ୍ଦେଶ୍ୟ ନାହିଁ। ଏହି ଫଟୋ ଗୁଡ଼ିକ ଅଳିଆ ହୋଇ ପଡ଼ି ରହିଥିଲା। ତେଣୁ ମୁଁ ଅନ୍ୟ ଅଳିଆ ପରି ଫଟୋଗୁଡ଼ିକ ମଧ୍ୟ ଗାଡ଼ିରେ ଭର୍ତ୍ତି କରି ନେଉଥିଲି।”
More Stories
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..
ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିହତ…..
ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୩୮ ମୃତ, ୨୯ ଆହତ……