ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଦ ନିଶାରେ ଜାଣିପାରିଲେନି ବୋତଲରେ କ’ଣ ଅଛି । ମଦ ଭାବି ପିଇ ଢ଼କ ଢ଼କ କରି ପିଇ ଗଲେ ଟଏଲେଟ୍ କ୍ଲିନର୍। ଏହାପରେ ଚାଲିଗଲା ଜଣେ ବୃଦ୍ଧଙ୍କ ଜୀବନ। ଉତ୍ତରାଖଣ୍ଡର ପୌଡି ଜିଲ୍ଲାରେ ଘଟିଛି ଏଭଳି କିଛି ଘଟଣା। ମୃତକ ଜଣକ ହେଲେ ଭଗବାନ ସିଂହ। ତାଙ୍କ ବୟସ ୬୭ ବର୍ଷ। ସେ ଉତ୍ତରାଖଣ୍ଡ ପୌଡି ଜିଲ୍ଲାର ଜାମଲା ଗାଁର ବାସିନ୍ଦା। ପୋଲିସ କହିବା ମୁତାବକ, ଭଗବାନ ସିଂହ ନିଜ ପୁତୁରାର ବିବାହ ସମାରୋହରେ ସାମିଲ ହେବା ପରେ ରବିବାର ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ତେବେ ଘରେ ଏକ କାଚ ବୋତଲରେ ପାଣି ବଦଳରେ ଟଏଲେଟ୍ କ୍ଲିନର ରଖାଯାଇଥିଲା। ତେବେ ଭଗବାନ ସିଂହ ଭୁଲ୍ରେ ତାକୁ ମଦ ଭାବି ଟଏଲେଟ୍ କ୍ଲିନର୍ ପିଇ ଦେଇଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ପୌଡିର ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରବୀଣ କୁମାର କହିଛନ୍ତି ଯେ ପୋଷ୍ଟମର୍ଟମ ପରେ ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି।






More Stories
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..
୨୦ରୁ ସଂସଦର ମୌସୁମୀ ଅଧିବେଶନ…..
ରାମ ମନ୍ଦିରରୁ ଚୋରି ଘଟଣା ଦୁଃଖଦାୟକ…..