ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରାଖଣ୍ଡରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଭିତରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ଆଜି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଅପରାହ୍ନ ୩ଟାରେ ସେ ସାମ୍ବାଦିକ ସମ୍ମିଳନୀ କରିବାର ଥିଲା। କିନ୍ତୁ ଏଥିରେ ସେ ପରିବର୍ତ୍ତନ କରି ପ୍ରଥମେ ରାଜଭବନକୁ ଯାଇ ରାଜ୍ୟପାଳ ବେବୀରାଣୀ ମୌର୍ଯ୍ୟଙ୍କୁ ଭେଟି ନିଜର ଇସ୍ତଫାପତ୍ର ଦେଇଛନ୍ତି। ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିରେ ସେ କହିଛନ୍ତି, ମୁଁ ଦୀର୍ଘ ସମୟ ଧରି ରାଜନୀତି କରୁଛି। ୪ ବର୍ଷ ଧରି ଦଳ ମୋତେ ମୁଖ୍ୟମନ୍ତ୍ରୀ ଭାବେ ସେବା କରିବାର ସୁଯୋଗ ଦେଲା। ମୁଁ କେବେ ମୁଖ୍ୟମନ୍ତ୍ରୀ ହେବି ବୋଲି ଭାବି ନ ଥିଲି। ବିଜେପି ମୋତେ ଏହି ସୁଯୋଗ ଦେଲା। ଦଳ ଏବେ ନିଷ୍ପତ୍ତି ନେଲା ଯେ ମୁଖ୍ୟମନ୍ତ୍ରୀ ଭାବେ ସେବା କରିବାର ସୁଯୋଗ ଅନ୍ୟ କାହାକୁ ଦିଆଯିବା ଦରକାର। ମୋ ଇସ୍ତଫା ଦଳର ସାମୁହିକ ନିଷ୍ପତ୍ତି। କାଲି ନୂଆ ନେତା ଚୟନ ହେବେ ବୋଲି ତ୍ରିଭେନ୍ଦ୍ର କହିଛନ୍ତି।






More Stories
ଚାରିଧାମ ଯାତ୍ରା ପାଇଁ ପଞ୍ଜିକରଣ ଆରମ୍ଭ….
କମିବ ଗ୍ୟାସ,ସିଲିଣ୍ଡର ଦର…..
ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ…..