ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରାଖଣ୍ଡ ଆଇଆଇଟି ରୁରକୀରେ ୯୦ ଜଣ ଛାତ୍ରଛତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ସଂସ୍ଥାନର ପ୍ରବକ୍ତା ମୌନିକା ଶ୍ରୀବାସ୍ତବ କହିଛନ୍ତି କି ସଂକ୍ରମିତ ଚିହ୍ନଟ ହୋଇଥିବା ସମସ୍ତ ୯୦ ଜଣ ଛାତ୍ରଙ୍କୁ ଆଇଆଇଟି ପରିସରରେ ଥିବା ଗଙ୍ଗା ହଷ୍ଟେଲରେ ରଖାଯାଇଛି । ଏପ୍ରିଲ ୭ ସୁଦ୍ଧା ଏହି କଲେଜରୁ ୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମାନଙ୍କୁ ହରିଦ୍ୱାର ଅଧିକାରୀଙ୍କ ଦାୟିତ୍ୱରେ ରଖାଯାଇଛି । ଏହାସହ କରୋନାରେ ଛାତ୍ରଛାତ୍ରୀ ଆକ୍ରାନ୍ତ ହେବା ପରେ ରୁରକୀରେ ଥିବା ପାଞ୍ଚୋଟି ହଷ୍ଟେଲକୁ ସିଲ୍ କରାଯାଇଛି । ହେଲେ ଅନଲାଇନ୍ କ୍ଲାସ ଚାଲୁ ରହିଛି । ଏହାସହ ସଂସ୍ଥାନ ଭିତରେ ରାଜ୍ୟସରକାରଙ୍କର ସମସ୍ତ କୋଭିଡ କଟକଣା କଡାକଡି ଭାବେ ପାଳନ କରାଯାଉଥିବା କଥା କହିଛନ୍ତି ।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..