ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରାଖଣ୍ଡ ଆଇଆଇଟି ରୁରକୀରେ ୯୦ ଜଣ ଛାତ୍ରଛତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ସଂସ୍ଥାନର ପ୍ରବକ୍ତା ମୌନିକା ଶ୍ରୀବାସ୍ତବ କହିଛନ୍ତି କି ସଂକ୍ରମିତ ଚିହ୍ନଟ ହୋଇଥିବା ସମସ୍ତ ୯୦ ଜଣ ଛାତ୍ରଙ୍କୁ ଆଇଆଇଟି ପରିସରରେ ଥିବା ଗଙ୍ଗା ହଷ୍ଟେଲରେ ରଖାଯାଇଛି । ଏପ୍ରିଲ ୭ ସୁଦ୍ଧା ଏହି କଲେଜରୁ ୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମାନଙ୍କୁ ହରିଦ୍ୱାର ଅଧିକାରୀଙ୍କ ଦାୟିତ୍ୱରେ ରଖାଯାଇଛି । ଏହାସହ କରୋନାରେ ଛାତ୍ରଛାତ୍ରୀ ଆକ୍ରାନ୍ତ ହେବା ପରେ ରୁରକୀରେ ଥିବା ପାଞ୍ଚୋଟି ହଷ୍ଟେଲକୁ ସିଲ୍ କରାଯାଇଛି । ହେଲେ ଅନଲାଇନ୍ କ୍ଲାସ ଚାଲୁ ରହିଛି । ଏହାସହ ସଂସ୍ଥାନ ଭିତରେ ରାଜ୍ୟସରକାରଙ୍କର ସମସ୍ତ କୋଭିଡ କଟକଣା କଡାକଡି ଭାବେ ପାଳନ କରାଯାଉଥିବା କଥା କହିଛନ୍ତି ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..