ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରକାଶୀରେ ସୁଡ଼ଙ୍ଗ ଭୁଶୁଡ଼ିବା ପରେ ଫସି ରହିଥିବା ଶ୍ରମିକମାନଙ୍କ ନିକଟରେ ପହଞ୍ଚିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି । ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ଜାରି ରହିଥିବା ଖନନ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବାବେଳେ ଆଉ କିଛି ଖନନ କାର୍ଯ୍ୟ ବାକି ରହିଛି । ଏପର୍ଯ୍ୟନ୍ତ ୨୫ ମିଟର ଡ୍ରିଲ କରାଯାଇଥିବାବେଳେ ଆହୁରି ୩୦ରୁ ୪୦ ମିଟର ଡ୍ରିଲ କରାଯିବା ବାକି ରହିଛି । ତେବେ ଶ୍ରମିକ ମାନଙ୍କ ନିକଟରୁ ଖାଦ୍ୟ ଓ ପାନୀୟ ପଠାଇବା ଦିଗରେ ଏକ ବଡ଼ ସଫଳତା ମିଳିଛି । ମିଳିଥିବା ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ଭିତରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ଦିଗରେ ବଡ଼ ସଫଳତା ମିଳିଛି। ସୁଡ଼ଙ୍ଗ ଭିତରେ ୯୦୦ ମିଲିମିଟର ଚଉଡ଼ା ବିଶିଷ୍ଟ ୫ଟି ପାଇପ୍ ପ୍ରବେଶ କରାଯାଇଛି, ଯାହା ସାହାଯ୍ୟରେ ଫସି ରହିଥିବା ଲୋକଙ୍କ ସହ ଯୋଗାଯୋଗ କରାଯାଇଛି। ଏସବୁ ପାଇପ୍ ଦେଇ ସେମାନଙ୍କ ନିକଟକୁ କିଛି ଶୁଖିଲା ଖାଦ୍ୟ, ଡ୍ରାଏ ଫ୍ରୁଟ ଓ ପାନୀୟ ପଠାଯାଇଛି






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..