ରିପୋର୍ଟ କାର୍ଡ / ଭୁବନେଶ୍ୱର
ତ୍ରିପୁରା ସୀମାରେ ମୁତୟନ ହୋଇଥିବା ଜଣେ ଓଡ଼ିଆ ବିଏସ୍ଏଫ୍ ଯବାନ ସହିଦ ହୋଇଛନ୍ତି। ତାଙ୍କ ନାଁ ଈଶ୍ୱର ଦୋରା। ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗାଁରେ। ସେ ୨୦୦୯ ମସିହାରେ ବିଏସ୍ଏଫ୍ ଯୋଗ ଦେଇଥିଲେ। ଗତକାଲି ରାତିରେ ସେ ଡ୍ୟୁଟିକୁ ଯାଇଥିଲେ। କିନ୍ତୁ ସକାଳେ ନଫେରିବାରୁ ସାଥୀ ଯବାନମାନେ ତାଙ୍କୁ ଖୋଜିଥିଲେ। ଡ୍ୟୁଟି କରୁଥିବା ସ୍ଥାନରୁ କିଛି ଦୂରରେ ଏକ ଖାଲରେ ପାଣିରେ ଈଶ୍ୱରଙ୍କ ମୃତଦେହ ଭାସୁଥିଲା। ଯବାନମାନେ ତାଙ୍କ ମୃତଦେହକୁ ସେଠାରୁ ଉଦ୍ଧାର କରିଥିଲେ। ଏହି ଘଟଣା ସଂପର୍କରେ ବିଏଏଫର ଜଣେ କମାଣ୍ଡାଣ୍ଟ ଫୋନ୍ କରି ଈଶ୍ୱରଙ୍କ ବଡ଼ ଭାଇ କୈଳାସଙ୍କୁ କହିଥିଲେ।






More Stories
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
୨୭ରୁ ପୁଣି ବଡ଼ ବର୍ଷା…..
ସଞ୍ଜୟ ବିଶ୍ୱାଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ……