ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରକାଶୀର ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ଉପରେ ରହିଛି ସାରା ଦେଶର ନଜର | ଟନେଲ ଭିତରୁ ଖୁବ ଶୀଘ୍ର ଉଦ୍ଧାର ହେବେ ୪୧ ଶ୍ରମିକ | ଉଦ୍ଧାର ଅଭିଯାନ ପ୍ରାୟ ଜାରିରହିଛି | ସଂଗୃହୀତ ସୂଚନା ଅନୁସାରେ, ଟନେଲ୍ରୁ ବାହାରିବା ପରେ ଶ୍ରମିକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ଲାଗି ଛାତି ବିଶେଷଜ୍ଞଙ୍କ ସମେତ ୧୫ଜଣ ଡାକ୍ତର ଚିନ୍ୟାଲିସୌର୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ଅଛନ୍ତି। ଏହାଛଡ଼ା, ୪୧ଟି ହସ୍ପିଟାଲ୍ ବେଡ୍, ୩୦ଟି ଆମ୍ବୁଲାନ୍ସ୍ ଓ ଯଥେଷ୍ଟସଂଖ୍ୟକ ଅକ୍ସିଜେନ୍ ସିଲିଣ୍ଡର୍ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି। ଏହାଛଡ଼ା, ଜରୁରୀ ପରିସ୍ଥିତି ଲାଗି ଘଟଣାସ୍ଥଳରେ ଗୋଟାଏ ହେଲିକପ୍ଟର୍ ମଧ୍ୟ ରଖାଯାଇଛି। ସଦ୍ୟତମ ସୂଚନା ଅନୁସାରେ, ଉତ୍ତରକାଶୀ ଡି. ଏମ୍. ଅଭିଷେକ ରୁହେଲା ମଧ୍ୟ ଆସି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ପ୍ରବେଶ ପଥରେ ବାଧା ପାଇବାରୁ ୮୦୦ ମିଲିମିଟର୍ବିଶିଷ୍ଟ ଇସ୍ପାତ ପାଇପ୍ଟି ବଙ୍କା ହୋଇଯିବାରୁ ଶନିବାର ରାତିରେ ଉଦ୍ଧାର ଅଭିଯାନ ସାମୟିକ ଭାବେ ବନ୍ଦ ରହିଥିଲା। ତାହାକୁ ସିଧା କରିବା ଲାଗି ଦିଲ୍ଲୀରୁ ବିଶେଷଜ୍ଞମାନଙ୍କୁ ଡକାଯାଇଥିଲା। ସେମାନେ ଆଜି ସକାଳେ ଆସି ଘଟଣାସ୍ଥଳରେ ପହଞ୍ଚିଛନ୍ତି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……