ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିବାହିତ ବ୍ୟକ୍ତି ଅନ୍ୟ ଜଣେ ମହିଳାଙ୍କ ସହ ବୁଲିବା ମହଙ୍ଗା ପଡିଛି। ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ମିରୁଟ୍ରେ । ଜଣେ ଏହା ଦେଖି ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ଭିଡ ବଜାର ଉପରେ ତାଙ୍କୁ ପିଟିଥିଲେ। ସୂଚନାଯୋଗ୍ୟ,ଅଦନାନ ଘରେ ସ୍ତ୍ରୀଙ୍କୁ ଛାଡି ଅନ୍ୟ ଜଣେ ମହିଳାଙ୍କ ସହ ବଜାରରେ ବୁଲୁଥିଲେ। ଖବର ପାଇଁ ତାଙ୍କ ସ୍ତ୍ରୀ ଆୟଶା ବଜାର ଆସି ତାଙ୍କୁ ଧରିଦେଇଥିଲେ। ଏହାପରେ ଉଭୟ ଅଦନାନ ଏବଂ ଆୟଶାଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଦୁହେଁ ପରସ୍ପରକୁ ଚାପୁଡା ମାରିଥିଲେ। ଏହି ଘଟଣାପରେ ଅଦନାନ କହିଛନ୍ତି ମୁଁ ଆୟଶାଙ୍କୁ ଛାଡପତ୍ର ଦେଇସାରିଛି। କିନ୍ତୁ ତାଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ ଏବେ କୋର୍ଟରେ ମାମଲା ଚାଲିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇ ପଚରାଉଚରା କରିଛି।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..