ରିପୋର୍ଟ କାର୍ଡ / ପାଟନା
ଯାତ୍ରୀବାହୀ ଗାଡ଼ିରେ ଅଶ୍ଳୀଳ ଗୀତ ବଜାଇଲେ ରଦ୍ଦହେବ ପରମିଟ । ଏଭଳି ନିୟମ ଜାରି କରିଛନ୍ତି ବିହାର ସରକାର। ବିହାରରେ ଅଟୋ, ବସ୍ ଆଦି ପବ୍ଲିକ ଟ୍ରାନ୍ସପୋର୍ଟ ତଥା ଅନ୍ୟ ଯାନବାହନରେ ଅଶାଳୀନ ଗୀତ ବାଜୁଥିବାରୁ ସାଧାରଣ ଯାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବିଶେଷ କରି ମହିଳା ଯାତ୍ରୀଙ୍କୁ ଅନେକ ସମୟରେ ଲଜ୍ଜିତ ହେବାକୁ ପଡୁଛି । ଏହାକୁ ରୋକିବା ପାଇଁ ପରିବହନ ବିଭାଗ ଏପରି କଠୋର ପଦକ୍ଷେପ ନେଇଛନ୍ତି। ପରିବହନ ବିଭାଗ ନୋଟିସ ଜାରି କରି ନିର୍ଦ୍ଦେଶ ଦେଇ କହିଛନ୍ତି, କୌଣସି ଯାତ୍ରୀବାହୀ ଯାନରେ ଅଶାଳୀନ ଗୀତ ଯଦି ବାଜିବ ନାହିଁ। ଯଦି ବାଜିବ ତେବେ ଉକ୍ତ ଗାଡ଼ିର ପରମିଟ୍ ବନ୍ଦ କରି ଦିଆଯିବ। ଏହି ନର୍ଦ୍ଦେଶ ପତ୍ର ବିହାରର ସମସ୍ତ ଜିଲ୍ଲାର ପୋଲିସ ଅଧିକାରୀ, ଜିଲ୍ଲା ପରିବହନ ଅଧିକାରୀ, ମୋଟରଯାନ ନିରୀକ୍ଷକଙ୍କ ପାଖକୁ ପଠାଇ ଦେଇଛନ୍ତି। କୌଣସି ପର୍ବପର୍ବାଣୀ ସମୟରେ ଯାତ୍ରୀବାହୀ ଯାନ ଗୁଡିକରେ ବେଶି ମାତ୍ରାରେ ଅଶାଳୀନ ଗୀତ ବାଜୁଥିବାର ଦେଖିବାକୁ ମିଳିଥାଏ। ବିଶେଷ କରି ହୋଲି ସମୟରେ ଏପରି ଗୀତ ବାଜୁଥିବାର ଦେଖିବାକୁ ମିଳିଥାଏ। ଆଗକୁ ହୋଲି ଆସୁଥିବାବେଳେ ପରିବହନ ବିଭାଗ ସମସ୍ତ ଜିଲ୍ଲାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ଅଶାଳୀନ ଗୀତ ବଜାଇବା ଯେପରି ବନ୍ଦ ରୁହେ ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି। ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ କହିଛନ୍ତି। ଏ ନେଇ ସ୍କୁଲ, କଲେଜ ବିଶେଷ କରି ମହିଳା କଲେଜ ପାଖରେ ଚେକିଂ ଜୋରଦାର କରିବାକୁ କୁହାଯାଇଛି।






More Stories
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……
୧୫ IPS ଅଫିସରଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ…..
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..