ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୪୬ ପ୍ରତିଶତ କୋଟିପତି। ଏମାନଙ୍କ ହାରାହାରି ସମ୍ପତ୍ତି ୩.୭୨ କୋଟି। ଅନ୍ୟପକ୍ଷେ ୬୧୫ ପ୍ରାର୍ଥୀଙ୍କ ମଧ୍ୟରୁ ୧୫୬ ତଥା ୨୫ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ୧୨୧ ଜଣଙ୍କ ବିରୋଧରେ ହତ୍ୟା ଏବଂ ଦୁଷ୍କର୍ମ ଭଳି ଅତ୍ୟନ୍ତ ଗୁରୁତର ଅପରାଧିକ ମାମଲା ରହିଛି। ଏଡିଆର୍ (ଆସୋସିଏସନ୍ ଫର୍ ଡିମୋକ୍ରାଟିକ୍ ରିଫର୍ମ୍ସ)ର ରିପୋର୍ଟ ଅନୁଯାୟୀ ପଶ୍ଚିମ ଉତ୍ତରପ୍ରଦେଶର ୫୮ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଦୌଡ଼ରେ ଥିବା ୬୧୫ ପ୍ରାର୍ଥୀ ସେମାନଙ୍କ ନିର୍ବାଚନ ସତ୍ୟପାଠ ଦାଖଲ କରିଛନ୍ତି। ଏମାନଙ୍କ ମଧ୍ୟରୁ ୨୮୦ ଜଣ ନିଜକୁ କୋଟିପତି ଘୋଷଣା କରିଛନ୍ତି। ଆରଏଲ୍ଡିର ୨୮ ଜଣ ପ୍ରାର୍ଥୀଙ୍କର ୧ କୋଟିରୁ ଅଧିକ ସମ୍ପତ୍ତି ଅଛି। ବିଜେପିର ୫୭ ପ୍ରାର୍ଥୀଙ୍କ ମଧ୍ୟରୁ ୫୫ ଜଣ କୋଟିପତି। ୫୬ ବିଏସ୍ପି ପ୍ରାର୍ଥୀଙ୍କ ମଧ୍ୟରୁ ୫୦ ଜଣ କୋଟିପତି। ସମାଜବାଦୀ ପାର୍ଟିର ୨୮ ପ୍ରାର୍ଥୀଙ୍କ ମଧ୍ୟରୁ ୨୩ ଜଣ କୋଟିପତି, କଂଗ୍ରେସର ୫୮ ପ୍ରାର୍ଥୀଙ୍କ ମଧ୍ୟରୁ ୩୨ ଜଣ କୋଟିପତି ଏବଂ ଆପ୍ର ୫୨ ପ୍ରାର୍ଥୀଙ୍କ ମଧ୍ୟରୁ ୨୨ ଜଣ କୋଟିପତି। ଆକଳନରୁ ଏହା ଜଣାପଡ଼ିଛି ଯେ, ପ୍ରତି ସପା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୧୩.୨୩ କୋଟି। ବିଜେପି ପାଇଁ ଏହା ୧୨.୦୧ କୋଟି , ଆରଏଲ୍ଡି ପାଇଁ ୮.୩୨ କୋଟି, ବିଏସ୍ପି ପାଇଁ ୭.୭୧ କୋଟି, କଂଗ୍ରେସ ପାଇଁ ୩.୦୮ କୋଟି ଏବଂ ଆପ୍ ପାଇଁ ୧.୨୩ କୋଟି ରହିଛି।






More Stories
ଆଜି ଓଡ଼ିଶା ଆସୁଛନ୍ତି ଇସିଆଇ…..
ରାଜସ୍ଥାନରେ ହିଂସା:ଇଣ୍ଟରନେଟ୍ ସେବା ବନ୍ଦ……
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……