ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନାର ଦ୍ଵିତୀୟ ଲହରରୁ ବର୍ତ୍ତିବ ପାଇଁ ସମସ୍ତେ ଟିକା ନେବାକୁ ଆଶା ରଖିଥିବା ବେଳେ ଡିସେମ୍ବର ସୁଦ୍ଧା ଦେଶରେ ସମସ୍ତଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛି କେନ୍ଦ୍ର। ଏଥିସହ ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ପ୍ରେସମିଟରେ ସୂଚନା ଦିଆଯାଇଛି। ଦେଶରେ ଗତ ୭ ଦିନ ହେଲାଣି ପଜିଟିଭିଟି ହାର ୧୦ ପ୍ରତିଶତରୁ ତଳେ ରହିଛି। ବର୍ତ୍ତମାନ ଦେଶରେ ହାରାହାରି ପଜିଟିଭିଟି ୮.୬୪ ପ୍ରତିଶତ ରହିଥିବା ନେଇ ସୂଚନା ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ୟୁଗ୍ମ ସଚିବ ଲବ୍ ଅଗ୍ରୱାଲ। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପଜିଟିଭିଟି ହାର ମାତ୍ର ୬.୬୨ ପ୍ରତିଶତ ରହିଛି। ଟିକାକରଣ ନେଇ ICMR ଡିଜି ବଳରାମ ଭାର୍ଗବଙ୍କ ସୂଚନା ଅନୁଯାୟୀ, ଦୁନିଆରେ ଟିକା ଉତ୍ପାଦନ କରୁଥିବା ୫ଟି ଦେଶ ମଧ୍ୟରୁ ଭାରତ ଗୋଟିଏ। ଭାରତରେ ଟିକା ଉତ୍ପାଦନ ହେଉଥିବାରୁ ଟିକା ମିଳିବାରେ ଅସୁବିଧା ନାହିଁ। ଜୁଲାଇ, ଅଗଷ୍ଟ ମାସ ବେଳକୁ ପ୍ରଚୁର ପରିମାଣର ଟିକା ଉତ୍ପାଦନ ହେଉଥିବା ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶରେ ସମସ୍ତଙ୍କୁ ଟିକା ଦେବାକୁ ସମୟ ଲାଗିବ।






More Stories
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..