ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୧୯ ତାରିଖରୁ ପୁଣି ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ପୁଣି ଓଡ଼ିଶାରେ ଆରମ୍ଭ ହେବ ଟିକାକରଣ। ଆସନ୍ତା ୧୯ ତାରିଖରୁ ପୁଣି ରାଜ୍ୟରେ ଲୋକଙ୍କୁ କୋଭିଡ ଟିକା ଦିଆଯିବ। ଲୋକଙ୍କୁ କୋଭିସିଲ୍ଡ ଟିକା ଦିଆଯିବ। ଆଜି କେନ୍ଦ୍ର ସରକାର ରାଜ୍ୟକୁ ୧ ଲକ୍ଷ କୋଭିସିଲ୍ଡ ଟିକା ପଠାଇବେ। ଟିକା ଆସିବା ପରେ ସବୁ ଜିଲ୍ଲାକୁ ଭାଗ କରି ଦିଆଯିବ। ଯେଉଁମାନେ ଦ୍ଵିତୀୟ ବା ବୁଷ୍ଟର ନେଇନାହାନ୍ତି, ସେମାନଙ୍କୁ ଟିକା ନେବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି। ସମ୍ଭାବ୍ୟ ସଂକ୍ରମଣ ବଢ଼ିବା ଆଶା କରାଯାଉଥିବାବେଳେ ଏବେ ଯେଉଁମାନେ ଦ୍ଵିତୀୟ ଓ ବୁଷ୍ଟର୍ ନେଇ ନାହାନ୍ତି ସେମାନେ ନିଅନ୍ତୁ। ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ଲୋକ ବୁଷ୍ଟର ଡୋଜ ନେଇଛନ୍ତି।
More Stories
ଭାଜପା ଜିତିଲେ ମୁସଲମାନ ବିଧାୟକଙ୍କୁ ବିଧାନସଭାରୁ ବାହାରକୁ ଫିଙ୍ଗି ଦିଆଯିବ…..
ରାଣ୍ୟାଙ୍କ ଡିଜିପି ବାପାଙ୍କ କହିବାନୁସାରେ ମୁଁ ସାହାଯ୍ୟ କରିଥିଲି…..
ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବା ପୂର୍ବରୁ ସର୍ତ୍ତ ରଖିଲେ ପୁଟିନ୍…..