Report Card Odisha

| Daily Odia News

ଆସନ୍ତାକାଲି ଠାରୁ ଏସପ୍ଲାନେଡ ମଲରେ ଟିକାକରଣ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତାକାଲି ଠାରୁ ରାଜଧାନୀ ଭୁବନେଶ୍ୱରର ଏସପ୍ଲାନେଡ ମଲରେ ଟିକାକରଣ ହେବ। ୪୫ରୁ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ୨ୟ ଡୋଜ ପାଇଁ ଡ୍ରାଇଭ୍ ଇନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଅନଲାଇନରେ ବୁକିଙ୍ଗ କରି ଟିକା ନେବା ପାଇଁ ଆସିପାରିବେ । ଅନଲାଇନ ବୁକିଂ ସମୟରେ ଯେଉଁ ସ୍ଲଟ ମିଳିଥିବ ସେହି ଅନୁସାରେ ଲୋକେ ଆସିବେ । ପ୍ରଥମ ଦିନରେ ୪୦୦ ସ୍ଳଟ ଓପନ ରହିବ ତାପରେ ପରବର୍ତ୍ତୀ ଦିନ ମାନଙ୍କ ପାଇଁ ୫୦୦ ସ୍ଳଟ ଓପନ ରହିବ। ଟିକା ନେବାକୁ ଆସୁଥିଲେ ଆଧାରକାର୍ଡ ସହ ପ୍ରଥମ ଡୋଜର ପ୍ରମାଣପତ୍ର ଧରିକି ଆସିବାକୁ ପଡିବ। ଟିକାକରଣ କେନ୍ଦ୍ରରେ କରୋନା ନିୟମ ପାଳନ କରାଯିବ | ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବାରୁ କାରରେ ଡ୍ରାଇଭରଙ୍କ ସହ ଜଣେ ଓ ବାଇକରେ କେବଳ ଜଣେ ବ୍ୟକ୍ତି ଟିକା ନେବା ପାଇଁ ଆସିପାରିବେ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

Breaking News