ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ପ୍ରଦେଶର ମୁଜାଫରନଗର ଷ୍ଟେସନ୍ ନିକଟରେ ଦିଲ୍ଲୀ-ଡେରାଡୁନ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରକୁ ଟେକାମାଡ଼ କରାଯାଇଛି। ସନ୍ଧ୍ୟା ପ୍ରାୟ ୭ଟା ବେଳେ ଟ୍ରେନ୍ ମୁଜାଫରନଗର ଷ୍ଟେସନ୍ରେ ପହଞ୍ଚୁଥିବା ବେଳେ ‘କୋଚ୍ ଇ-୧’ର ସିଟ୍ ନମ୍ବର ୧୩-୧୪ ଉପରେ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ କେହି ଆହତ ହୋଇନାହାନ୍ତି ଏବଂ ଦୁର୍ବୃତ୍ତମାନଙ୍କୁ ଧରିବା ଲାଗି ଉଦ୍ୟମ ଚାଲିଛି। ରେଳବାଇ ପୁଲିସ ଫୋର୍ସ ମଧ୍ୟ ଅଜ୍ଞାତ ଦୁର୍ବୃତ୍ତମାନଙ୍କ ନାଁ’ରେ ମାମଲା ରୁଜୁ କରିଛି। ରେଳବାଇ କହିଛି, ଦିଲ୍ଲୀ-ଡେରାଡୁନ୍ ରୁଟ୍ ଅନ୍ତର୍ଗତ ମୁଜାଫରନଗର ଷ୍ଟେସନ୍ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ୍ର ‘ଇ-୧’ କୋଚ୍ ଉପରେ ଟେକାମାଡ଼ ହୋଇଛି। ଟେକାମାଡ଼ ସମୟରେ କେହି ଆହତ ହୋଇନାହାନ୍ତି। ଅପରାଧୀମାନଙ୍କୁ ଧରିବା ଲାଗି ଦିଲ୍ଲୀ ଡିଭିଜନ୍ ରେଳବାଇ ପୋଲିସ ଫୋର୍ସକୁ ସକ୍ରିୟ କରିଛି। ଉଲ୍ଲେଖଯୋଗ୍ୟ, ବିଭିନ୍ନ ରାଜ୍ୟରେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଆରମ୍ଭ କରିବା ଦିନରୁ ଟେକାମାଡ଼ ଘଟଣା ଘଟିଆସୁଛି। ଗତ ଛଅ ମାସ ମଧ୍ୟରେ କେରଳ, ପଶ୍ଚିମବଙ୍ଗ, ଛତିଶଗଡ଼, ତାମିଲନାଡୁ ଓ କର୍ଣ୍ଣାଟକରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରେ ଟେକାମାଡ଼ ହୋଇଥିବା ରିପୋର୍ଟ କରାଯାଇଛି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..