Report Card Odisha

| Daily Odia News

୧୮ରେ ଗଡ଼ିବ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତାକାଲି ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଚାଲିବ | ଟ୍ରେନ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଉଦ୍‌ଘାଟିତ ହେବା ପରେ ଏହା ପୁରୀ ରୁ ବାହାରି ହାୱଡ଼ାରେ ପହଞ୍ଚିବ। ସୂଚନାଯୋଗ୍ୟ, ‘୨୨୮୯୫/୨୨୮୯୬’ ହାଓଡ଼ା-ପୁରୀ-ହାୱଡ଼ା ‘‌ବନ୍ଦେ ଭାରତ ଏକ୍ସପ୍ରେସ୍‌’ ହେବ ପଶ୍ଚିମବଙ୍ଗର ଦ୍ବିତୀୟ ‘‌ବନ୍ଦେ ଭାରତ ଏକ୍ସପ୍ରେସ୍‌’। ପ୍ରଥମ କରି ଓଡ଼ିଶାକୁ ଯିବା ପାଇଁ ନିର୍ଦ୍ଧାରିତ ଏହି ‘‌ବନ୍ଦେ ଭାରତ ଏକ୍ସପ୍ରେସ୍‌’ ରେଳବାଇର ଦିକ୍ଷିଣପୂର୍ବ ଡିଭିଜନ୍‌ ଅଧୀନରେ ଚଳାଚଳ କରିବ। ‘ଆଇଆର୍‌ସିଟିସି ଆପ୍‌’ରେ ଯାତ୍ରୀ ମାସୁଲ ସଂକ୍ରାନ୍ତରେ କୌଣସି ସଦ୍ୟତମ ସୂଚନା ପ୍ରଦାନ କରାଯାଇ ନ ଥିବା କଥା ରେଳବାଇ ସୂତ୍ରରୁ ପ୍ରକାଶ। କିନ୍ତୁ, ଗୁରୁବାର ଦିନ ଉଦ୍‌ଘାଟନ ପରେ ‘ଆପ୍‌’ ଅଥବା ‘ୱେବ୍‌ସାଇଟ୍‌’ ମାଧ୍ୟମରେ ଟିକେଟ୍‌ କିଣାଯାଇ ପାରିବ। ଏଥିରେ ଥିବା ‘ଚେୟାର୍‌କାର୍‌’ ଟିକେଟ୍‌ର ମୂଲ୍ୟ ୧୫୯୦ ଟଙ୍କା ଏବଂ ‘ଏକ୍ଜିକ୍ୟୁଟିଭ୍‌ ଚେୟାର୍‌’ ଟିକେଟ୍‌ର ମୂଲ୍ୟ ୨୯୦୦ ଟଙ୍କା ରଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ରେଳ ଷ୍ଟେସନରେ ଚାଲିଛି ଜୋରଦାର ପ୍ରସ୍ତୁତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ , କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପୁରୀ ରେଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ପୁରୀ ରେଳ ଷ୍ଟେସନରେ ଅସ୍ଥାୟୀ ସଭା ମଞ୍ଚ ନିର୍ମାଣ କରାଯାଉଛି। ରେଳ ଟ୍ରାକ୍‌ରେ ବିଭିନ୍ନ ରଙ୍ଗ କରାଯାଉଛି। ଷ୍ଟେସନ ବାହାରେ ଆକର୍ଷଣୀୟ ତୋରଣ ନିର୍ମାଣ କରାଯାଉଛି। ଘଣ୍ଟାକୁ ୧୮୦ କିମି ବେଗରେ ବନ୍ଦେ ଭାରତ ରେଳଗାଡ଼ି ଚଳାଚଳ କରିବ। ପୁରୀରୁ ହାୱଡ଼ା ମଧ୍ୟରେ ପହଞ୍ଚିବା ପାଇଁ ଏହାକୁ ପ୍ରାୟ ୬ଘଣ୍ଟା ଲାଗିବ। ଗତ ମାସ ୨୮ରେ ପରୀକ୍ଷାମୂଳକ ଭାବେ ଏହା ଚଳାଚଳ କରିଥିଲା। ସକାଳ ୬ଟା ୧୦ରେ ହାୱଡ଼ାରୁ ବାହାରି ଦିନ ୧୨ଟା ୩୫ରେ ଏହା ପୁରୀରେ ପହଞ୍ଚିଥିଲା। ସେଥିରେ ୧୬ଟି ଶୀତତାପ ନିୟନ୍ତ୍ରିତ ରେଳଡବା ରହିଛି। ରେଳଯାତ୍ରୀ ବିମାନ ସେବା ପରି ସବୁପ୍ରକାର ଆରାମଦାୟକ ଏବଂ ଅତ୍ୟାଧୁନିକ ସେବା ବନ୍ଦେ ଭାରତ ଟ୍ରେନ୍‌ରେ ପାଇବେ। ଦେଶୀୟ ଜ୍ଞାନ କୌଶଳରେ ଏହି ଟ୍ରେନ୍‌ ନିର୍ମାଣ କରାଯାଇଛି। ୧୧୨୮ ଆରାମଦାୟକ ଆସନ(ସିଟ୍‌) ବିଶିଷ୍ଟ ରେଳ ବଗିରେ କ୍ଲୋଜ ସର୍କିଟ କ୍ୟାମେରା ଲଗାଯାଇଛି। ସ୍ୱୟଂଚାଳିତ ଦୁଆର ରହିଛି। ସବୁ ବଗିରେ ଡିସ୍‌ପ୍ଲେ ବୋର୍ଡ, ମୋବାଇଲ ଚାର୍ଜିଂ ବ୍ୟବସ୍ଥା, ଜରୁରୀକାଳୀନ ଆଲାରାମ, ଅତ୍ୟାଧୁନିକ ଶୌଚାଳୟ, ପାନୀୟ ଜଳ, ସୁରକ୍ଷା ଓ ୱାଇଫାଇ ବ୍ୟବସ୍ଥା ରହିଛି। ଏହି ରେଳଗାଡ଼ି ପୁରୀରୁ ଛାଡ଼ି ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ଖଡ଼ଗପୁର ଦେଇ ହାୱଡ଼ା ରେଳ ଷ୍ଟେସନରେ ପହଞ୍ଚିବ।

 

Breaking News