Report Card Odisha

| Daily Odia News

ଫ୍ୟାମିଲି କୋର୍ଟରେ ହଜାର ହେଲେ ବର୍ଷା ପ୍ରିୟଦର୍ଶିନୀ…..

ରିପୋର୍ଟ କାର୍ଡ / କଟକ

ସାଂସଦ ଅନୁଭବ ମହାନ୍ତି ଅଭିନେତ୍ରୀ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାକୁ ନେଇ କଟକ ଫ୍ୟାମିଲି କୋର୍ଟରେ ପହଁଞ୍ଚିଛନ୍ତି ବର୍ଷା । କୋର୍ଟରେ ବର୍ଷା ପ୍ରିୟଦର୍ଶିନୀ ହାଜର ହୋଇଥିବା ବେଳେ ଅନୁଭବ କୋର୍ଟରେ ପହଞ୍ଚି ନଥିବା ଜଣାପଡ଼ିଛି। ଆଜି ଉଭୟ ଅନୁଭବ ଓ ବର୍ଷାଙ୍କୁ ହାଜର ହେବା ପାଇଁ ଫ୍ୟାମିଲି କୋର୍ଟ ପକ୍ଷରୀ ନିର୍ଦ୍ଦେଶ ହୋଇଥିଲା । ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରୁ କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତର ହୋଇଛି। ସୂଚନା ଅନୁସାରେ- ସାଂସଦ ଅନୁଭବଙ୍କ ଦ୍ୱାରା ହୋଇଥିବା ମାମଲାର ଶୁଣାଣି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପରିବର୍ତ୍ତେ କଟକକୁ ସ୍ଥାନାନ୍ତର କରିବା ଲାଗି ବର୍ଷା ଆବେଦନ କରିଥିଲେ | ଏହାପରେ ଉପରେ କିଛିଦିନ ତଳେ ଏହି ମାମଲାର ସୁପ୍ରିମକୋର୍ଟ ଶୁଣାଣି କରିଥିଲେ। ମାମଲାକୁ ପଟିଆଲା ହାଉସ କୋର୍ଟ ପରିବର୍ତ୍ତେ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Breaking News