ରିପୋର୍ଟ କାର୍ଡ / କଟକ
ସାଂସଦ ଅନୁଭବ ମହାନ୍ତି ଅଭିନେତ୍ରୀ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାକୁ ନେଇ କଟକ ଫ୍ୟାମିଲି କୋର୍ଟରେ ପହଁଞ୍ଚିଛନ୍ତି ବର୍ଷା । କୋର୍ଟରେ ବର୍ଷା ପ୍ରିୟଦର୍ଶିନୀ ହାଜର ହୋଇଥିବା ବେଳେ ଅନୁଭବ କୋର୍ଟରେ ପହଞ୍ଚି ନଥିବା ଜଣାପଡ଼ିଛି। ଆଜି ଉଭୟ ଅନୁଭବ ଓ ବର୍ଷାଙ୍କୁ ହାଜର ହେବା ପାଇଁ ଫ୍ୟାମିଲି କୋର୍ଟ ପକ୍ଷରୀ ନିର୍ଦ୍ଦେଶ ହୋଇଥିଲା । ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରୁ କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତର ହୋଇଛି। ସୂଚନା ଅନୁସାରେ- ସାଂସଦ ଅନୁଭବଙ୍କ ଦ୍ୱାରା ହୋଇଥିବା ମାମଲାର ଶୁଣାଣି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପରିବର୍ତ୍ତେ କଟକକୁ ସ୍ଥାନାନ୍ତର କରିବା ଲାଗି ବର୍ଷା ଆବେଦନ କରିଥିଲେ | ଏହାପରେ ଉପରେ କିଛିଦିନ ତଳେ ଏହି ମାମଲାର ସୁପ୍ରିମକୋର୍ଟ ଶୁଣାଣି କରିଥିଲେ। ମାମଲାକୁ ପଟିଆଲା ହାଉସ କୋର୍ଟ ପରିବର୍ତ୍ତେ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
More Stories
ଆସିଲା ବାତ୍ୟା ‘ଦାନା’ ଘଟାଇଥିବା କ୍ଷୟକ୍ଷତି ରିପୋର୍ଟ…..
୩୧୦୦ ଟଙ୍କାରେ ଧାନ କିଣିବେ ସରକାର…..
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ…..