Report Card Odisha

| Daily Odia News

ଅନୁଭବଙ୍କ ବାନ୍ଧବୀ ଜାଗୃତିଙ୍କ ବିରୋଧରେ ଏତଲା ଦେଲେ ବର୍ଷା…..

ରିପୋର୍ଟ କାର୍ଡ / କଟକ

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ନୂଆ ମୋଡ ଆସିଛି। ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କ ନାଁରେ ପୁରୀଘାଟ ଥାନାରେ ବର୍ଷା ଏତଲା ଦେଇଛନ୍ତି। ଜାଗୃତି ତାଙ୍କର ସମ୍ମାନହାନୀ କରୁଥିବା ଦର୍ଶାଇଛନ୍ତି ଏତଲାରେ। ସୋସିଆଲ୍ ମିଡିଆରେ ବର୍ଷାଙ୍କ ନାଁ ନ ନେଇ ଜାଗୃତି ଗତକାଲି ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ଜାଗୃତି ବର୍ଷାଙ୍କୁ ଟାର୍ଗେଟ କରାଯାଇଥିବା ଅଭିଯୋଗ କରିଛନ୍ତି। ତେବେ ଏନେଇ ଅନୁଭବଙ୍କ ବାନ୍ଧବୀ ଜାଗୃତି କିମ୍ବା ପୁରୀଘାଟ ଥାନା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ଅନୁଭବ ଜାଗୃତି ବର୍ଷାଙ୍କୁ ଇଙ୍ଗିତ କରି ଫେସବୁକରେ ଏକ ଲେଖା ପୋଷ୍ଟ କରିଥିଲେ। ବର୍ଷା ପ୍ରିୟଦର୍ଶନୀଙ୍କ ନାଁ ନନେଇ ଏମିତି କିଛି ଲେଖିଛନ୍ତି ଯାହାକି ପରୋକ୍ଷ ନୁହେଁ ବରଂ ପ୍ରତ୍ୟେକ୍ଷ ଭାବରେ ବର୍ଷାଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ସ୍ପଷ୍ଟ ଜଣାପଡ଼ୁଛି। ଲେଖାର ଅର୍ଥ ହେଉଛି, ମୁଁ ଜାଣିବାକୁ ପାଇଛି କି ଜଣେ ସାଂସଦଙ୍କ ପତ୍ନୀ ନିଜର ଅନେକ ସାର୍ଟିଫିକେଟ୍‌ରେ ନିଜ ସାଙ୍ଗିଆକୁ ଅଲଗା ଅଲଗା ଦର୍ଶାଇଛନ୍ତି । କେବଳ ସାର୍ଟିଫିକେଟ୍‌ରେ ନୁହେଁ ବରଂ ପାସପୋର୍ଟ, ପାନକାର୍ଡ, ବ୍ୟାଙ୍କ ପରି ଜରୁରୀ କାଗଜ ପତ୍ରରେ ମଧ୍ୟ ନାକୁ ଅଲଗା ଅଲଗା ରଖିଛନ୍ତି । ସେ କଣ କରିବାକୁ ଚାହୁଁଛନ୍ତି ? ଏହା କଣ ଏକ ବଡ଼ ଠକାମୀ ନୁହଁ କି? ଏନେଇ ତଦନ୍ତର ଆବଶ୍ୟକତା ରହିଛି । ଏହା ସହ ବର୍ତ୍ତମାନ ସାଂସଦଙ୍କ ପତ୍ନୀଙ୍କୁ ମିଳୁଥିବା ସମସ୍ତଙ୍କ ସରକାରୀ ସୁବିଧା ପାଇବା ପାଇଁ ସେ ଯୋଗ୍ୟ କି ନୁହେଁ ସେନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ଜାଗୃତି । ଏବେ ଏହାକୁ ନେଇ ଅନେକ ପ୍ରକାର ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି ।

 

Breaking News