ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନୂତନ ଉପରାଷ୍ଟ୍ରପତି ପଦ ନିମନ୍ତେ ଆଜି ଭୋଟ ଗ୍ରହଣ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ସଂସଦ ଭବନ ମଧ୍ୟରେ ଭୋଟ୍ ଗ୍ରହଣ ହେବ। ଏହି ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଜଣାପଡିଛି । ଲୋକସଭା ଓ ରାଜ୍ୟସଭାର ମୋଟ ୭୮୮ ସଦସ୍ୟ ଏହି ନିର୍ବାଚନରେ ଭୋଟ ଦେବେ। ଭୋଟ ଗ୍ରହଣ ପରେ ଏହାର ଗଣତି କରାଯାଇ ଫଳ ପ୍ରକାଶ ପାଇବ। ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ୧୦ ତାରିଖରେ ଶେଷ ହେବ । ଅଗଷ୍ଟ ୧୧ରେ ନୂଆ ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିବେ। ଏହି ନିର୍ବାଚନରେ ବିଜେପି ନେତୃତ୍ବ ଏନଡିଏ ପକ୍ଷରୁ ଜଗଦୀପ ଧନଖଡ ଓ ମିଳିତ ବିରୋଧୀ ଦଳ ପକ୍ଷରୁ ମାର୍ଗାରେଟ ଆଲ୍ଭା ପ୍ରାର୍ଥୀ ହୋଇଛନ୍ତି। ତେବେ ନିର୍ବାଚନରେ ଧନଖଡଙ୍କ ପଲ୍ଲା ଭାରି ରହିଛି। କାରଣ ତାଙ୍କ ପ୍ରତି ଏନଡିଏ ବ୍ୟତୀତ ୱାଇଏସ୍ଆରପି ଓ ବିଜେଡି ସମର୍ଥନ ଘୋଷଣା କରିଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..