ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁମ୍ବାଇରେ ଗତ କିଛି ଦିନ ଧରି ପ୍ରବଳ ବର୍ଷା ଯୋଗୁ ସ୍ଥିତି ବେହାଲ ହୋଇପଡିଛି | ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ମୁମ୍ବାଇର ଘାଟକୋପର ଏକ ଆବାସିକ କମ୍ପ୍ଲେକ୍ସର ପାର୍କିଂ ସ୍ଥାନରେ ରଖାଯାଇଥିବା ଏକ କାର୍ କିଛି ସେକେଣ୍ଡ ଭିତରେ ଏକ ସିଙ୍କହୋଲରେ ବୁଡ଼ିଯାଇଛି। ଏହି ଅଜବ ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓରେ କାରର ବୋନେଟ୍ ଓ ଆଗପଟର ଚକା ପ୍ରଥମେ ସିଙ୍କହୋଲରେ ବୁଡ଼ୁଥିବା ଦେଖିବାକୁ ମିଳିଛି। ଏହା ପରେ କାରର ପଛ ଭାଗ ମଧ୍ୟ ବୁଡ଼ି ଯାଉଛି। ଏହିପରି ଭାବେ ପୂରା କାର୍ ସିଙ୍କହୋଲ୍ ଭିତରେ ବୁଡ଼ି ଯାଉଥିବା ନେଇ ଦେଖିବାକୁ ମିଳିଛି । ଏହି ଘଟଣା ଘାଟକୋପରର ତ୍ରିଭୁବନ ସୁଇଟ୍ସଷ୍ଟଲର ପଛରେ ଥିବା ରାମନିବାସ ହାଉସିଂ ସୋସାଇଟିରେ ଘଟିଛି। ଭିଡିଓ ଭାଇରାଲ୍ ହେବା ପରେ ବିଏମସି ପ୍ରେଟ୍ ନୋଟ୍ ଜରିଆରେ ସଫେଇ ଦେଇଛି ଯେ ଏହି ଘଟଣା ସହ ବିଏମସିର କୌଣସି ସମ୍ପର୍କ ନାହିଁ। ବିଏମସିର କହିବା ଅନୁଯାୟୀ, ଏହି ଖାଲ ସ୍ଥାନକୁ ଆରସିସି ଜରିଆରେ ଅଧା ଘୋଡ଼ା ଯାଇ ଏରିଆକୁ ପାର୍କିଂ ପାଇଁ ବ୍ୟବହାର କରାଯାଉଥିଲା, ଯାହା ଆଜି ଭୁଶୁଡ଼ି ପଡ଼ିଛି। ଏହାର ପ୍ରଭାବରେ ପାର୍କିଂରେ ଥିବା କାର୍ ସେଥିରେ ବୁଡ଼ି ଯାଇଛି। ଏହି କାର୍ ହେଉଛି ପଙ୍କଜ ମେହତା ନାମକ ଜଣେ ବ୍ୟକ୍ତିଙ୍କର। ସୌଭାଗ୍ୟବଶତ ସେତେବେଳେ କାରରେ କୌଣସି ବ୍ୟକ୍ତି ନଥିଲେ। ବିଏମସି ଓ ପୋଲିସ କାରକୁ ବାହାର କରିବାରେ ଲାଗିଛି। ଏହି କାର୍ ପାଖରେ ଥିବା ଅନ୍ୟ ଗାଡ଼ି ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
ଭୂକମ୍ପରେ ଥରିଲା ନେପାଳ…..
କେଜ୍ରିୱାଲ୍ଙ୍କ ବିରୋଧରେ ମାମଲା ଚଳାଇବାକୁ ଇଡିକୁ ଅନୁମତି ଦେଲେ ଉପ ରାଜ୍ୟପାଳ….