Report Card Odisha

| Daily Odia News

୨୯ରେ ପାଦ ଦେଲେ ଦିଶା ପାଟ୍‌ନୀ…..

ରିପୋର୍ଟ କାର୍ଡ / ମୁମ୍ବାଇ

ବଲିଉଡ ଅଭିନେତ୍ରୀ ଦିଶା ପାଟ୍‌ନୀଙ୍କ ଆଜି ଜନ୍ମଦିନ। ଆଜି ଦିଶା ତାଙ୍କର ୨୯ ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଶଂସକଙ୍କ ସହ ବଲିଉଡର ସେଲିବ୍ରେଟମାନେ ମଧ୍ୟ ଅଭିନେତ୍ରୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ଦିଶା ପାଟ୍‌ନୀ ୧୩ ଜୁନ୍ ୧୯୯୨ରେ ଉତ୍ତରାଖଣ୍ଡର ପିଥୋରାଗଡରେ ଜନ୍ମଗ୍ରହଣ କରିଥିଲେ। ପରେ ଦିଶା ପରିବାର ସହିତ ଉତ୍ତରପ୍ରଦେଶର ବରେଲିରେ ରହିବାକୁ ଲାଗିଲେ। ତାଙ୍କ ପିତାଙ୍କ ନାମ ଜଗଦୀଶ ସିଂ ପାଟନୀ। ଜଗଦୀଶ ପାଟ୍‌ନୀ ହେଉଛନ୍ତି ଡିଏସ୍‌ପି ଅଧିକାରୀ।

ଦିଶାଙ୍କର ମଧ୍ୟ ଏକ ବଡ଼ ଭଉଣୀ ଅଛନ୍ତି, ଯାହାର ନାମ ଖୁଶବୁ ପାଟ୍‌ନୀ। ଦିଶା ପାଟ୍‌ନୀ ନୋଏଡା ଅମିତି ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରୋନିକ୍ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ। ଦିଶା ଜଣେ ମଡେଲ ଭାବରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ୨୦୧୩ ପଣ୍ଡ୍ସ ଫେମିନା ମିସ୍ ଇଣ୍ଡିଆରେ ଅଂଶଗ୍ରହଣ କରିଥିଲେ, ଯେଉଁଠାରେ ସେ ପ୍ରଥମ ରନର୍ ଅପ୍ ଟାଇଟଲ୍ ଜିତିଥିଲେ। ଏହା ପରେ ଦିଶା କ୍ୟାଡବରୀ ଡାୟରୀ ମିଲ୍କର ମଧ୍ୟ ପ୍ରଚାର କରିଥିଲେ |

ଦିଶାଙ୍କ ଚଳଚ୍ଚିତ୍ର ଯାତ୍ରା ୨୦୧୫ ମସିହାରେ ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କ ଫିଲ୍ମ ‘ଲୋଫର୍’ରୁ ଆରମ୍ଭ ହୋଇଥିଲା | ଯେଉଁଠାରେ ତାଙ୍କୁ ବରୁଣ ତେଜଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ତାଙ୍କୁ ଏହି ଚଳଚ୍ଚିତ୍ରରେ ହାଇଦ୍ରାବାଦୀ ଝିଅ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମରେ ଦିଶାଙ୍କୁ ସଫଳତା ମିଳିନଥିଲା । ୨୦୧୬ରେ ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଖେଳାଳି ମହେନ୍ଦ୍ର ସିଂ ଧୋନିଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ୍ ଫିଲ୍ମ ‘ଧୋନି ଆନ୍ ଅନ୍‌ଟୋଲ୍ଡ ଷ୍ଟୋରୀ’ରେ ଦିଶା କାମ କରିବାର ସୁଯୋଗ ପାଇଥିଲେ । ଏହି ଚଳଚ୍ଚିତ୍ରରେ ସେ ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଥମ ଗର୍ଲଫ୍ରେଣ୍ଡ ‘ପ୍ରିୟଙ୍କା’ ଭୂମିକାରେ ନଜର ଆସିଥିଲେ।

ତାଙ୍କୁ ଏହି ଫିଲ୍ମରେ ସୁଶାନ୍ତ ସିଂ ରାଜପୁତଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ଫିଲ୍ମ ‘ଧୋନି ଆନ୍ ଅନ୍‌ଟୋଲ୍ଡ ଷ୍ଟୋରୀ’ ପାଇଁ ସ୍କ୍ରିନ୍ ପୁରସ୍କାର ଅଧୀନରେ ଦିଶା ପାଟାନୀଙ୍କୁ ଶ୍ରେଷ୍ଠ ଡେବ୍ୟୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଚଳଚ୍ଚିତ୍ର ବ୍ୟତୀତ ଦିଶା ପାଟ୍‌ନୀଙ୍କ ପ୍ରେମ ସଂପର୍କକୁ ନେଇ ମଧ୍ୟ ଚର୍ଚ୍ଚା ହୁଏ।

ଦିଶା ପ୍ରସିଦ୍ଧ ଟିଭି ଅଭିନେତା ପାର୍ଥ ସମଥାନଙ୍କୁ ଏକ ସମୟରେ ଡେଟ କରୁଥିଲେ। ତେବେ କ’ଣ ହେଲା କେଜାଣି ହଠାତ ସେମାନଙ୍କର ବ୍ରେକ୍‌ଅପ୍ ହୋଇଗଲା।

ଶୁଣାଯାଏ, ପାର୍ଥଙ୍କ ସହିତ ବ୍ରେକ୍‌ଅପ୍ ପରେ ଦିଶାଙ୍କୁ ଟାଇଗର ଶ୍ରଫ ମିଳିଗଲେ ​​ଏବଂ ଦିଶା ଦୀର୍ଘ ଦିନ ଧରି ଟାଇଗର ଶ୍ରଫ୍‌ଙ୍କୁ ଡେଟ୍‌ କରୁଛନ୍ତି। ତେବେ ଦୁହେଁ ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ନିଶ୍ଚିତ କରି ନାହାଁନ୍ତି।

 

Breaking News