ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ନିର୍ବାଚନରେ ସ୍ବଚ୍ଛତା ନେଇ ରାଜନୈତିକ ଦଳ ଗୁରୁତ୍ବାରୋପ କରିବାରେ ଲାଗିଛନ୍ତି। କଂଗ୍ରେସ ଇଭିଏମକୁ ଭିଭିପାଟରେ ପରିଣତ ନେଇ ଦାବି କରୁଥିବାବେଳେ ବିଜେପି ଦେଶର ସମସ୍ତ ମତଦାନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରୁଛି। ଶତପ୍ରତିଶତ ମତଦାନ କେନ୍ଦ୍ରରେ ଭିଡ଼ିଓଗ୍ରାଫି ଏବଂ ୱେବକାଷ୍ଟିଂ ବ୍ୟବସ୍ଥା କରିବା ଦାବି ନେଇ ବିଜେପି ପ୍ରତିନିଧି ମଣ୍ଡଳ ବୁଧବାର ନିର୍ବାଚନ କମିସନରଙ୍କୁ ଭେଟିଛନ୍ତି। ଏହି ଦୋହରା ସୁରକ୍ଷା ବ୍ୟବସ୍ଥା ଦ୍ବାରା ନିର୍ବାଚନରେ ଅନିୟମିତତା ଆଶଙ୍କା ଦୂର ହୋଇପାରିବ ବୋଲି ବିଜେପି ପ୍ରତିନିଧିମଣ୍ଡଳ ଗୁରୁତ୍ବାରୋପ କରିଛନ୍ତି। ସମ୍ପ୍ରତି ଦେଶର ପ୍ରାୟ ୫୦ ପ୍ରତିଶତ ମତଦାନ କେନ୍ଦ୍ରରେ ଏଭଳି ବ୍ୟବସ୍ଥା କରାଯାଇଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ବିଜେପି ମହାସଚିବ ଅରୁଣ ସିଂଙ୍କ ନେତୃତ୍ବରେ ପ୍ରତିନିଧିମଣ୍ଡଳ ନିର୍ବାଚନ କମିସନର ଅରୁଣ ଗୋୟଲଙ୍କୁ ଭେଟିଛନ୍ତି। ସ୍ବଚ୍ଛ ନିର୍ବାଚନ ପାଇଁ ପ୍ରତିନିଧିମଣ୍ଡଳ ପକ୍ଷରୁ କମିସନରଙ୍କୁ କେତେକ ପରାମର୍ଶ ଦେବା ସହ ରାଜ୍ୟରେ ଗଠିତ ହେବାକୁଥିବା ମିଡ଼ିଆ କଣ୍ଟ୍ରୋଲ ଆଣ୍ଡ ମନିଟରିଂ କମିଟି(ଏମସିଏମସି) ସହ ଜଡିତ ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ କରିବାକୁ ଦାବି କରାଯାଇଛି। ପ୍ରତିନିଧିମଣ୍ଡଳ ପକ୍ଷରୁ ମତଦାତାଙ୍କ ସୁବିଧା ପାଇଁ କେତେକ ପ୍ରସଙ୍ଗ ଉପରେ ଗୁରୁତ୍ବାରୋପ କରାଯାଇଛି। ମତଦାତାଙ୍କ ସୁବିଧା ପାଇଁ ଆପାର୍ଟମେଣ୍ଟ ଏବଂ ସୋସାଇଟିରେ ମତଦାନ କେନ୍ଦ୍ର ସ୍ଥାପନ ଲାଗି ପରାମର୍ଶ ଦିଆଯାଇଛି। ଯାହାଦ୍ବାରା ଏଠାକାର ବାସିନ୍ଦା ସହଜରେ ମତଦାନ କରିପାରିବେ। ଏହାର ସକାରାତ୍ମକ ପ୍ରଭାବ ଭୋଟିଂ ପ୍ରତିଶତ ଉପରେ ଅନୁଭୁତ ହେବ ବୋଲି ପ୍ରତିନିଧିମଣ୍ଡଳ ପକ୍ଷରୁ କହିଛି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……