Report Card Odisha

| Daily Odia News

ଆଇପିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ଆଇପିଓ ସୀତାରାମ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି । ବୁଧବାର ଏକାସାଙ୍ଗ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ- ସକାଳୁ ସକାଳୁ ପୁରୀ ଜିଲ୍ଲା ଆଇପିଓ ସୀତାରାମ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଭିଜିଲାନ୍ସ ଟିମ  ଏକାସାଙ୍ଗରେ ପୁରୀ, ଭୁବନେଶ୍ୱର, ନୟାଗଡ଼ର ୫ଟି ସ୍ଥାନରେ ଚଢାଉ ହୋଇଛି । ଏହି ଚଢାଉରେ ୪ ଜଣ ଡିଏସ୍‌ପି, ୫ ଜଣ ଇନସ୍ପେକ୍ଟରଙ୍କ ସହ ୮ ଜଣିଆ ଭିଜିଲାନ୍ସ ଟିମ୍‌ ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।

Breaking News