Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ…..

ରିପୋର୍ଟ କାର୍ଡ / ସୁନ୍ଦରଗଡ଼

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ। ସୁନ୍ଦରଗଡ଼ କୁମଝରିଆ ହାଇସ୍କୁଲର ପ୍ରଧାନ ଶିକ୍ଷକ ସଞ୍ଜୟ ସାମଲ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଓରିଜିନାଲ ମାଟ୍ରିକ ବୋର୍ଡ ସାଟିଫିକେଟ ଦେବା ପାଇଁ ଅଭିଭାବଙ୍କ ଠାରୁ ୧୨ ହଜାର ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ହେଲେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଧାନ ଶିକ୍ଷକ। ଅନ୍ୟ ପଟେ ପ୍ରଧାନ ଶିକ୍ଷକ ସଞ୍ଜୟ ସାମଲ କହିଛନ୍ତି ଏହା ମୋ ବିରୋଧରେ ଏକ ଷଡ଼ଯନ୍ତ୍ର। ମୁଁ ଲାଞ୍ଚ ମାଗିନାହିଁ। ନବମ ଦଶମ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସରକାର ହଷ୍ଟେଲରେ ରହିବା ଖର୍ଚ୍ଚ ଦେଉନାହାନ୍ତି । ସେମାନେ ବର୍ଷକୁ ୬ ହଜାର ଟଙ୍କା ଦୁଇ ବର୍ଷ ପାଇଁ ୧୨ ହଜାର ଟଙ୍କା ଦେଇ ରହୁଛନ୍ତି । ଏହି ଅଭିଭାବକ ଦୁଇ ବର୍ଷର ୨୨ ହଜାର ଟଙ୍କା ଦେଇ ନାହାନ୍ତି । ଦୁଇ ବର୍ଷର ହଷ୍ଟେଲ ବାବଦକୁ ୧୨ ହଜାର ଟଙ୍କା ପୈଠ କଲେ ସାର୍ଟିଫିକେଟ ଦିଆଯିବ ବୋଲି କହିଛନ୍ତି ।

 

Breaking News