Report Card Odisha

| Daily Odia News

ଭଡ଼ା ଗାଡ଼ିରେ ଟଙ୍କା ନେଉଥିଲେ ବିଡିଓ,ମାଢି ବସିଲା ଭିଜିଲାନ୍ସ …..

ରିପୋର୍ଟ କାର୍ଡ / ବରଗଡ

ବରଗଡ ଜିଲ୍ଲା ବିଜେପୁର ବିଡ଼ିଓ ପଦ୍ମନାଭ ସାମନ୍ତରାୟ ଭିଜିଲାନ୍ସ ଜାଲରେ | ବିଡ଼ିଓ ଭଡ଼ା ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରିପଡିଛନ୍ତି। ଗାଡ଼ିରୁ ୩ ଲକ୍ଷ ୫୧ ହଜାର ୩୦୦ ଟଙ୍କା ନେଇ ଯାଉଥିଲେ । ଏତିକିବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ରିଜ ନିକଟରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଆଜି ସକାଳେ ବିଜେପୁରରୁ ଭଡ଼ା ଗାଡ଼ିରେ ସାଢ଼େ ୩ଲକ୍ଷରୁ ଅଧିକ ଟଙ୍କା ଧରି ବିଜେପୁରରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ ପଦ୍ମନାଭ ସାମନ୍ତରାୟ । ବିଶେଷସୂତ୍ରରୁ ଖବର ପାଇଁ ସକାଳ ୬ଟା ବେଳେ ବିନିକା ବ୍ରିଜ ଉପରେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍ । ଟଙ୍କା ବାବଦରେ ସେ କୌଣସି ସଠିକ ସୂଚନା ଦେଇ ପାରି ନାହାନ୍ତି । ଏହାପରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଦ୍ମନାଭ ସାମନ୍ତରାୟଙ୍କ ବରଗଡ଼, ପୁରୀ ଓ ଭୁବନେଶ୍ୱରରେ ଥିବା ଘର ଓ ଅଫିସରେ ରେଡ୍ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି

Breaking News