ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭିଜିଲାନ୍ସ ଜାଲରେ କଳାହାଣ୍ଡି କେ. ଗାଁ ଫରେଷ୍ଟ ରେଞ୍ଜ ଅଫିସର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେଶବ ମାଝୀଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । କେସିଙ୍ଗା ଟାଉନ୍ ଓମ୍ ନଗର ୩ ମହଲା ବାସଭବନ ସମେତ ଏକ କାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଯାଞ୍ଚ କରୁଛି । ଚଢ଼ାଉରେ ୫ ଡିଏସପି, ୬ ଇନିସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ରହିଛନ୍ତି । କେଶବଙ୍କ କେଗାଁ ଅଫିସ, ସରକରୀ ଘର, କେସିଙ୍ଗାରେ ଥିବା ତିନି ମହଲା କୋଠା, ବ୍ରାହ୍ମଣୀରେ ଥିବା ପୈତୃକ ଘରେ ଚଢାଉ କରାଯାଉଛି । ଏହି ଚଢାଉରେ କଳାହାଣ୍ଡି ଭିଜିଲାନ୍ସ ଡିଏସପି ନେତୃତ୍ୱରେ ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରିର ଭିଜିଲାନ୍ସ ଡିଏସପି ଏବଂ କର୍ମଚାରୀ ମାନେ ସାମିଲ ହୋଇଛନ୍ତି ।






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..