ରିପୋର୍ଟ କାର୍ଡ / ସୋନପୁର
୨୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ତରଭା ଉପନିବନ୍ଧକ କାର୍ଯ୍ୟାଳୟର ମୁଖ୍ୟ କିରାଣି ଶିବ ପ୍ରସାଦ ଗୁରୁ ଏବଂ ଦଲାଲ ହେମକାନ୍ତ ବିଶି। ଆଜି ଅଭିଯୋଗକାରୀ ପ୍ରଦୀପ ସାହୁଙ୍କଠାରୁ ଉକ୍ତ ଅର୍ଥ ଗ୍ରହଣ କରୁଥିବା ବେଳେ ଉଭୟଙ୍କୁ ମାଡ଼ିବସିଥିଲା ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ୍। ସୂଚନା ଅନୁଯାୟୀ, ଜମି ରେଜିଷ୍ଟ୍ରେସନ କାଗଜପତ୍ର ପ୍ରସ୍ତୁତ ପାଇଁ ଜଣକା ପିଛା ୪ ହଜାର ଟଙ୍କା ଲେଖାଏଁ ୬ଜଣଙ୍କଠାରୁ ୨୪ ହଜାର ଟଙ୍କା ମାଗିଥିଲେ ତରଭା ଉପନିବନ୍ଧକ କାର୍ଯ୍ୟାଳୟର ମୁଖ୍ୟ କିରାଣି ଶିବ ପ୍ରସାଦ ଗୁରୁ। ଏନେଇ ତରଭର ସୁନାରିପଡ଼ାର ଅଭିଯୋଗକାରୀ ପ୍ରଦୀପ ସାହୁ ସୋନପୁର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ତାପରେ ଯୋଜନା ଅନୁଯାୟୀ ଆଜି ପ୍ରଦୀପ ସାହୁ ୨୪ହଜାର ଟଙ୍କା ଲାଞ୍ଚ ଦେବାକୁ ଯାଇଥିଲେ। ହେଲେ ତରଭା ଉପନିବନ୍ଧକ କାର୍ଯ୍ୟାଳୟର ମୁଖ୍ୟ କିରାଣି ଶିବ ପ୍ରସାଦ ଗୁରୁ ଉକ୍ତ ଟଙ୍କା ଦଲାଲ ହେମକାନ୍ତ ବିଶିଙ୍କୁ ଦେବା ଲାଗି କହିଥିଲେ। ଟଙ୍କା ନେବା ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଉଭୟଙ୍କୁ ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା । ଘଟଣାସ୍ଥଳରୁ ଲାଞ୍ଚ ଟଙ୍କା ଜବତ ହୋଇଛି। ଏନେଇଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ। ଏନେଇ ସମ୍ବଲପୁର ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଛି।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..