ରିପୋର୍ଟ କାର୍ଡ / ବିଳାସପୁର
ପୁଣି ଏକ ବଡ଼ ରେଳ ଦୁର୍ଘଟଣା ଅଳ୍ପକେ ଟଳିଲା ଯାଇଛି। ଛତିଶଗଡ଼ ବିଳାସପୁର ନିକଟରେ ଜୟରାମନଗର ଓ କୋଟମିସୋନାର ମଝିରେ ଘଟିଥାନ୍ତା ଅଘଟଣ। ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ଆସୁଥିଲେ। ଉଭୟଙ୍କୁ ଦେଖି ରହିଗଲେ। ଗୋଟିଏ ଟ୍ରାକରେ ଆସୁଥିଲେ ମାଲବାହି ଓ ମେମୁ ଟ୍ରେନ। ପ୍ରାୟ ଦେଢ଼ ଶହ ମିଟର ଦୂରରୁ ଅଟକାଇଦେଲେ ଲୋକୋ ପାଇଲଟ। ମେମୁ ଟ୍ରେନରୁ ଓହ୍ଲାଇ ଏହାର ଭିଡିଓ କରିଥିଲେ ଯାତ୍ରୀ, ଯାହା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ରେଳବାଇ କର୍ତ୍ତୃପକ୍ଷ ପକ୍ଷରୁ ସ୍ପଷ୍ଟିକରଣ ଦେଇ କୁହାଯାଇଛି ଯେ ବିଳାସପୁରରୁ ଜୟରାମନଗର ମଧ୍ୟରେ ଅଟୋମେଟିକ ସିଗ୍ନଲାଂଗି ସିଷ୍ଟମ କାର୍ଯ୍ୟକରେ। ଏହା ଦ୍ୱାରା ଦୁଇଷ୍ଟେସନ ଭିତରେ ଗୋଟିଏ ଦିଗରେ ଗୋଟିଏ ଟ୍ରାକରେ ବିଭିନ୍ନ ସିଗନାଲ ଅନୁସାରେ ଏକାଧିକ ଟ୍ରେନ ଯାତାୟତ କରିପାରିବ। ଦୁଇଟି ରେଳ ଭିତରେ ଅତିକମରେ ୧୫୦ ମିଟର ଦୂରତା ରଖାଯାଇପାରିବ। ଅର୍ଥାତ ଗୋଟିଏ ଟ୍ରେନ ପଛରେ ଅତିକମରେ ୧୫୦ ମିଟର ଦୂରରେ ଆଉ ଏକ ଟ୍ରେନ ରହିପାରିବ। ଘଟଣାରେ କୌଣସି ମୃତାହତ ହୋଇନଥିବା ରେଳବାଇ ପ୍ରଶାସନ ପକ୍ଷରୁ କୁହାଯାଇଛି।
More Stories
ବିଜେପିରେ ଯୋଗ ଦେଲେ ରଘୁପତି….
ବିଜେଡି ଛାଡ଼ିଲେ ରଘୁପତି ମହାନ୍ତି…..
ୟପିରୁ ଆସିଲା ଆଳୁ….